ଗୋଟିଏ ମାସରେ ତୃତୀୟ ଥର ପାଇଁ IRCTC ସର୍ଭର ଠପ୍ ! ବୁକିଂ ହେଉନି ତତ୍କାଳ ଟିକେଟ୍, ଚିନ୍ତାରେ ଯାତ୍ରୀ

ଭାରତୀୟ ରେଳବାଇର ଅଫିସିଆଲ୍ ଟିକେଟ୍ ବୁକିଂ ପ୍ଲାଟଫର୍ମ ପୁଣି ଥରେ ଡାଉନ ହୋଇଛି । ସର୍ଭର ସମସ୍ୟା ହେତୁ ଲକ୍ଷ ଲକ୍ଷ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଡିସେମ୍ବରରେ, IRCTC ୱେବସାଇଟ୍ ତିନିଥର ଡାଉନ ହୋଇଛି |

ନୂଆଦିଲ୍ଲୀ: ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (ଆଇଆରସିଟିସି) ର ଆପ୍ ଏବଂ ୱେବସାଇଟ୍ ମଙ୍ଗଳବାର (ଡିସେମ୍ବର ୩୧) ରେ ପୁଣି ଠପ୍ ହୋଇଛି । ଡିସେମ୍ବରରେ ଏହା ତୃତୀୟ ଥର ପାଇଁ ହେଉଛି, ଯେତେବେଳେ ଆଇଆରସିଟିସି ଆପ୍ ଏବଂ ୱେବସାଇଟ୍ ସର୍ଭରଗୁଡ଼ିକ ଡାଉନ୍ ହୋଇଯାଇଛି ।

ତିନିଥର ତ୍ରୁଟି ସକାଳ ପ୍ରାୟ ୯.୫୦ ରୁ ଆରମ୍ଭ ହୋଇଛି । ତତ୍କାଳ ଟିକେଟ୍ ବୁକିଂ ଖୋଲିବାର ୧୦ ମିନିଟ୍ ପୂର୍ବରୁ ୱେବସାଇଟରେ ଖରାପ ହୋଇଥିବା ନଜର ଆସିଥିଲା । ଯେଉଁ ଉପଭୋକ୍ତାମାନେ ତତ୍କାଳ ଟିକେଟ ବୁକ୍ କରିଛନ୍ତ, ସେମାନେ ଆପ୍ କିମ୍ବା ୱେବସାଇଟ୍ ବ୍ୟବହାର କରିବାରେ ସକ୍ଷମ ହେଉନାହାଁନ୍ତି ।

ତତ୍କାଳ ଟିକେଟ୍ ବୁକିଂ ସମୟରେ ଏହି ବୈଷୟିକ ସମସ୍ୟା ସକାଳ ପ୍ରାୟ ୯.୫୦ ରୁ ଆରମ୍ଭ ହୋଇଥିଲା । ଗତ ସପ୍ତାହରେ ମଧ୍ୟ ଆଇଆରସିଟିସି ସର୍ଭରରେ ସମାନ ଘଟଣା ଘଟିଥିଲା । ସର୍ଭର ଠପ୍ ହେତୁ ସମଗ୍ର ଦେଶରେ ଉପଭୋକ୍ତାମାନେ ତତ୍କାଳ ଟିକେଟ ବୁକ୍ କରିପାରୁନାହାଁନ୍ତି ।