fbpx
BJD SKY
BJD SKY

ଆମୋନିଆ ମୁକ୍ତ ହେବ ଓଡିଶା, ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆଇରନ ବଟିକା; ଘର ଘର ବୁଲି ବଟିକା ବାଣ୍ଟିବେ ଶିକ୍ଷକ

BJD

ଭୁବନେଶ୍ୱର: ବଢ଼ୁଥିବା ଖରାକୁ ଦେଖି ସରକାର ଏବେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏକ ବଡ ପଦକ୍ଷେପ ନେଇଛନ୍ତି । ପ୍ରଥମେ ଅତ୍ୟଧିକ ଗରମ ପାଇଁ ଗ୍ରୀଷ୍ମ ଛୁଟି କରିବା ପରେ ପିଲା ମାନଙ୍କ ପାଇଁ ଅବକାଶ ଆସେସମେଣ୍ଟ ପ୍ରସ୍ତୁତ କରିଥିବା ବେଳେ ଏବେ ଛାତ୍ରଛାତ୍ରୀ ମାନଙ୍କୁ ଆଇରନ ଆଉ ଫଲିକଏସିଡ ବଟିକା ଦିଅ ଯିବ ବୋଲି ସୂଚନା ଦେଇଛି । ଏଥିପାଇଁ ସମସ୍ତ ଜିଲ୍ଲା ଅଧିକାରୀ ମାନଙ୍କୁ ଗଣଶିକ୍ଷା ବିଭାଗ ଚିଠି ଲେଖିଛନ୍ତି ।

ସୂଚନାମୁତାବକ ଖରାଛୁଟିରେ ପିଲା ମାନଙ୍କୁ ଏହି ବଟିକା ଦିଆଯିବ । ପ୍ରତ୍ୟେକ ପିଲାମାନଙ୍କୁ ଏହି କ୍ରମରେ ୮ଟି ଲେଖାଏଁ ବଟିକା ଦିଆଯିବ । ଜୁନ ୧୬ ଯାଏଁ ଘରକୁ ଘର ବୁଲି ଏହି ବଡିଆ ପ୍ରଦାନ କରାଯିବ। ଅମ୍ଳାନ କାର୍ଯ୍ୟକ୍ରମ ଜରିଆମେ ଆମୋନିଆ ମୁକ୍ତ ଓଡିଶା ଗଠନ କରିବା ପାଇଁ ସରକାର ଏହି ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି । ଏହାକାର୍ଯ୍ୟରେ ଶିକ୍ଷକ ମାନେ ନିଯୋଜିତ ହେବେ । କେବଳ ଏତିକି ନୁହେଁ ଟାବଲେଟ ବାଣ୍ଟିବା ପରେ ସେମାନେ ବିଭାଗକୁ ଏହି ବିଷୟରେ ମଧ୍ୟ ଅବଗତ କରାଇବା ନେଇ ସୂଚନା ମିଳିଛି ।

Get real time updates directly on you device, subscribe now.