fbpx

ସାଗୁଦାନା ଖାଇବା କ୍ଷତିକାରକ ନା ଲାଭଦାୟକ

ଓଡିଶା ଭାସ୍କର : ନବରାତ୍ରୀ ସମୟରେ ଅନେକ ଲୋକ ବ୍ରତ କରିଥାନ୍ତି । ତେବେ ଅଳ୍ପହାର ଆକାରରେ ସାଗୁଦାନାର ସେବନ କରିଥାନ୍ତି ।

ସାଗୁଦାନାରେ କ’ଣ ଫାଇଦା ଏବଂ କ’ଣ କ୍ଷତିକାରକ :
ସାଗୁ ଦାନାରେ ଅନେକ ପ୍ରକାର ପୋଷକ ତତ୍ୱ ମିଳିଥାଏ । ଏହା ଶରୀର ପାଇଁ ଲାଭକାରୀ ମଧ୍ୟ ହୋଇଥାଏ ଏବଂ କ୍ଷତିକାରକ ମଧ୍ୟ ହୋଇଥାଏ । ଆଜି ଆମେ ଆପଣଙ୍କୁ କହିବୁ ସାଗୁଦାନା ଖାଇବାର ଫାଇଦା ଏବଂ କ୍ଷତି ବିଷୟରେ ।

ଶରୀରରେ ସବୁବେଳେ ଏନର୍ଜି ବଜାଇ ରଖିଥାଏ :
ସାଗୁଦାନାରେ ପ୍ରଚୁର ମାତ୍ରାରେ ଷ୍ଟାର୍ଚ ଏବଂ କାରର୍ବନହାଇଡ୍ରେଟ ଥାଏ । ଏହାକୁ ଖାଇବା ଦ୍ୱାରା କ୍ୟାଲୋରୀ ମିଳିଥାଏ ।ଯାହା ଦ୍ୱାରା ଆମ ଶରୀର ଏନରର୍ଜିଟିକ ହୋଇଥାଏ ।

ଏହା ଆମର ଶାରୀରର ଓଜନ ବୃଦ୍ଧି କରାଇବାରେ ସହାୟକ ହୋଇଥାଏ :
ଯେଉଁ ଲୋକମାନେ ନିଜର ଓଜନ ବୃଦ୍ଧିକରିବାକୁ ଚାହାନ୍ତି, ସେମାନେ ପ୍ରତିଦିନ ସାଗୁଦାନା ସେବନ କରିବା ଲାଭଦାୟକ ହୋଇଥାଏ । ଏହାକୁ ଖାଇବା ପରେ ଆପଣଙ୍କ ଶରୀରର ଓଜନ ବୃଦ୍ଧି ପାଇଥାଏ ।

ହାଡକୁ ମଜଭୁତ କରିଥାଏ :
ସାଗୁଦାନାରେ କ୍ୟାଲସିୟମ ଏବଂ ମ୍ୟାଗନେସିୟମର କିଛି ମାତ୍ରା ମିଳିଥାଏ, ଯାହା ହାଡକୁ ମଜଭୁତ କରିବାରେ ସାହାଯ୍ୟ କରିଥାଏ ।

ରକ୍ତଚାପକୁ ନିୟନ୍ତ୍ରଣ କରେ :
ସ୍ୱାସ୍ଥ ବିଶେଷଜ୍ଞଙ୍କ ଅନୁସାରେ ସାଗୁଦାନା ସେବନ କରିବା ଦ୍ୱାରା ହାଇ ବଲ୍ଡପ୍ରେସରକୁ କଣ୍ଟ୍ରୋଲ କରାଯାଇ ପାରିବ ।

ମେଦବହୁଳତା ସମସ୍ୟା:
ଏହି ସବୁ ଫାଇଦା ଛଡା ଏହାକୁ ଖାଇବାର ଅନେକ କ୍ଷତି ମଧ୍ୟ ହୋଇଥାଏ । ଏହାକୁ ଅଧିକ ମାତ୍ରାରେ ଖାଇବା ଦ୍ୱାରା ଆପଣଙ୍କ ଶରୀରର ଓଜନ ବୃଦ୍ଧି ପାଇଥାଏ ।

ବଢିପାରେ ବ୍ଲଡ ସୁଗାର :
ସାଗୁଦାନାରେ ଷ୍ଟ୍ରାଚ ଏବଂ କାର୍ବହାଡ୍ରେଟ ରିଚ ଥିବାରୁ ବ୍ଲଡ ସୁଗାର ବଢିପାରେ । ତେଣୁ ଡାଇବେଟିସ ଲୋକ ଏହାକୁ ଖାଇବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ ।

Get real time updates directly on you device, subscribe now.