fbpx

ମହିଳାମାନଙ୍କ ପାଦ ଆଙ୍ଗୁଠିରେ କେଶ ରହିବା ଶୁଭ ନା ଅଶୁଭ, ଜାଣନ୍ତୁ କଣ କହୁଛି ସାମୁଦ୍ରିକ ଶାସ୍ତ୍ର

ଓଡ଼ିଶା ଭାସ୍କର: ସାମୁଦ୍ରିକ ଶାସ୍ତ୍ର ଅନୁସାରେ, କୌଣସି ବ୍ୟକ୍ତିଙ୍କ ଚେହେରା, ହାତ, ପାଦ ଏବଂ ଶରୀରର ଅନ୍ୟ ଅଙ୍ଗ ଅନୁଯାୟୀ, ତାଙ୍କ ବ୍ୟକ୍ତିତ୍ୱ ବିଷୟରେ ଅନେକ କିଛି ଜଣାପଡିଥାଏ। ଏହି ପ୍ରାଚୀନ ଭାରତୀୟ ବିଜ୍ଞାନ ବିଭିନ୍ନ ଶାରିରୀକ ଲକ୍ଷଣର ମହତ୍ତ୍ୱ ବିଷୟରେ ସୂଚନା ଦେଇଥାଏ। ସାମୁଦ୍ରିକ ଶାସ୍ତ୍ର ଶରୀରର ବିଭିନ୍ନ ଅଙ୍ଗରେ କେଶ ଉଠିବା ପଛର ଅର୍ଥକୁ ମଧ୍ୟ ବୁଝାଇଥାଏ। ଏହା ଏହି କଥାର ସୂଚନା ଦେଇଥାଏ ଯେ, ଏହି ଲକ୍ଷଣଗୁଡିକୁ ଶୁଭ ବା ଅଶୁଭ ବୋଲି ବିଶ୍ୱାସ କରାଯାଇଥାଏ। ତେବେ ଆସନ୍ତୁ ଜାଣିବା ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ, ମହିଳାମାନଙ୍କ ପାଦ ଆଙ୍ଗୁଠିରେ କେଶ ରହିବା ଭଲ ନା ନୁହେଁ..

ସାମୁଦ୍ରିକ ଶାସ୍ତ୍ରରେ ମହିଳାମାନଙ୍କ ପାଦରେ ଚୁଟି ରହିବା ଅଧିକ ଶୁଭ ବୋଲି କୁହାଯାଇଛି। ଏଥିରୁ ଜଣାପଡିଥାଏ ଯେ, ଏବଳି ମହିଳାମାନଙ୍କୁ ବହୁତ ସଫଳତା ମିଳିଥାଏ ଏବଂ ତାଙ୍କୁ ଭାଗ୍ୟର ଭରପୁର ସହଯୋଗ ମିଳିଥାଏ। ଏପରି ମହିଳା ନିଜ ଚେଷ୍ଟାରେ ସଫଲତା ପ୍ରାପ୍ତ କରିଥାଆନ୍ତି। ଏମାନେ ନିଜ ଜୀବନରେ ପ୍ରଭାବଶାଲୀ ହୋଇଥାଆନ୍ତି।

ଏହି ମହିଳାମାନେ ଖୁବଶିଘ୍ର ସଫଳତା ହାସଲ କରିଥାଆନ୍ତି ଏବଂ କୌଣସି ମଧ୍ୟ ଆର୍ଥିକ ସମସ୍ୟାର ସାମ୍ନା କରିନଥାଆନ୍ତି। ସେମାନେ ସର୍ବଦା କୌଣସି ନା କୌଣସି ଆୟର ଉତ୍ସକୁ ବାଛିଥାଆନ୍ତି।

Get real time updates directly on you device, subscribe now.