ଆଜି ରାତିରେ ଦେଖାଯିବ କି ଗୋଲାପି ଜହ୍ନ, ଜାଣନ୍ତୁ କେଉଁ ସମୟରେ ଦେଖିପାରିବେ ଏହି ‘ପିଙ୍କ ମୁନ୍‌’

ଆଜି ୧୨ ଏପ୍ରିଲରେ ପୂର୍ଣ୍ଣିମା ରାତିରେ ଚାନ୍ଦ ଦେଖାଯିବ ଗୋଲାପି!

ନୂଆଦିଲ୍ଲୀ: ଆଜି ଆକାଶରେ ବିରଳ ଦୃଶ୍ୟ ଦେଖିବାକୁ ମିଳିବ। ଆଜି ଅର୍ଥାତ ୧୨ ଅପ୍ରେଲ ରାତିରେ ଆକାଶରେ ଜହ୍ନ ଗୋଲାପି ଦେଖାଯିବ, ଯେପରି ପିଙ୍କ ମୁନ୍ କୁହାଯାଏ।

ଜହ୍ନ ଗୋଲାପି ଦେଖାଯିବ ନାହିଁ, କିନ୍ତୁ ଏହା ଚଳିବ ବର୍ଷର ସବୁଠୁ ଛୋଟ ପୂର୍ଣ୍ଣିମା ହେବ। ଏହାକୁ ବୈଜ୍ଞାନିକ ଏବଂ ଅନୁସନ୍ଧାନକାରୀଙ୍କ ଶବ୍ଦରେ ମାଇକ୍ରୋ ମୁନ୍ କୁହାଯାଇଥାଏ।

ଏହି ଦିନ ଜହ୍ନ ପୃଥିବଠାରୁ ନିଜର ସବୁଠୁ ଦୂର ବିନ୍ଦୁରେ ହୋଇଥାଏ। ମାଇକ୍ରୋମୁନ ସାମାନ୍ୟ ପୂର୍ଣ୍ଣିମା ତୁଳନାରେ ବ୍ୟାସରେ ଦେଖାଯିବ।

ପିଙ୍କ ମୁନ ପ୍ରତି ବର୍ଷ ଚୈତ୍ର ପୂର୍ଣ୍ଣିମା ରାତିରେ ଦୃଶ୍ୟମାନ ହୋଇଥାଏ। ଯେତେବେଳେ ଜହ୍ନ ସଂପୂର୍ଣ୍ଣ ଭାବେ ଗୋଲ ହୋଇଥାଏ ଏବଂ ଅଧିକ ଉଜ୍ୱଳ ଦେଖାଯାଇଥାଏ।

ଜହ୍ନ ଗୋଲାପି ନୁହେଁ ବରଂ ସୁନେଲୀ ଏବଂ ଚାନ୍ଦୀ ଭଳି ଦେଖାଯାଇଥାଏ। ବଶୋଂଦ୍ଭବ ଆମେରିକୀୟ ବସନ୍ତରେ ଫୁଟୁଥିବା ପିଙ୍କ୍ ଫୁଲ ରଙ୍ଗକୁ ଦର୍ଶାଇବା ଲାଗି ଏହାକୁ ପିଙ୍କ ମୁନ ର ନାମ ଦେଇଥିଲେ।

କେତେବେଳେ ଦେଖାଯିବ ପିଙ୍କ ମୁନ୍‌: ରିପୋର୍ଟ ମୁତାବକ, ମାଇକ୍ରୋମୁନ ୧୨ ଅପ୍ରେଲ ରାତି ୮.୨୨ମିନିଟରେ ଦେଖାଯିବ। ସୂର୍ଯ୍ୟାସ୍ତର ଠିକ୍ ପରେ ଚନ୍ଦ୍ର ଦେଖାଯିବ। ଏଗାକୁ ରାତିରେ ଦେଖିବା ଲାଗି ସଂଧ୍ୟା ସମୟ ଉତ୍ତମ ରହିବ।