fbpx

ରାଜ୍ୟସଭାରେ ଦୁର୍ବଳ ହେଉଛି କି NDA ? ସଂଖାଗରିଷ୍ଠତା ପାଇଁ ମିତ୍ର ଦଳର ସମର୍ଥନକୁ ନେଇ ଉପୁଜିଛି ଦ୍ୱନ୍ଦ

ନୂଆଦିଲ୍ଲୀ: ରାଜ୍ୟସଭାରେ ଶାସକNDAର ଶକ୍ତି ହ୍ରାସ ପାଇଛି । ଜୁଲାଇ ୧୩ରେ ବିଜେପିର ୪ ଜଣ ମନୋନିତ ସଦସ୍ୟ ଅବସର ଗ୍ରହଣ କରିଛନ୍ତି । ଫଳରେ ବିଜେପି ସଦସ୍ୟଙ୍କ ସଂଖ୍ୟା ୮୬କୁ ହ୍ରାସ ପାଇଛି । ଉପର ଗୃହ(ଙ୍କକ୍ଟ୍ରକ୍ଟ୍ରରକ୍ସ ଷକ୍ଟଙ୍କଗ୍ଦର)ରେ NDAର ମୋଟ୍ ୧୦୧ ସଦସ୍ୟ ଅଛନ୍ତି । ରାଜ୍ୟସଭାରେ ସର୍ବାଧିକ ୨୪୫ ଆସନ ମଧ୍ୟରୁ, ୧୯ଟି ଆସନ ଖାଲି ହେବା ପରେ, ବର୍ତ୍ତମାନ ୨୨୬ଟି ଆସନ ରହିଛି । ଅର୍ଥାତ ବହୁମତ ପାଇଁ ଏବେ ୧୧୪ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ ।

ବର୍ତ୍ତମାନ ରାଜ୍ୟସଭାବେ ଶାସକ NDAର ୧୦୧ ଏବଂ ବିପକ୍ଷ ଇଣ୍ଡିଆ ମେଣ୍ଟର ୮୭ ସଦସ୍ୟ ଅଛନ୍ତି । ଏଥିମଧ୍ୟରୁ ୨୯ ସଦସ୍ୟ ଶାସକ ଏବଂ ବିରୋଧି ଦଳରେ ସାମିଲ ନାହାଁନ୍ତି । ଦୁଇ ଜଣ ସ୍ୱାଧୀନ ଥିବା ବେଳେ ୭ ଜଣ ମନୋନିତ ସଦସ୍ୟ ଅଟନ୍ତି । କୌଣସି ବିଲ୍ ପାସ କରିବା ପାଇଁ NDAକୁ ସ୍ୱାଧୀନ ଏବଂ ମନୋନିତ ସଦସ୍ୟଙ୍କ ସମର୍ଥନ ମିଳିଲେ ଇଣ୍ଡିଆ ମେଣ୍ଟର ଶକ୍ତି ବୃଦ୍ଧି ପାଇବ ଏବଂ ଏହା ୧୧୦ରେ ପହଂଚିଯିବ । ଏହା ବ୍ୟତୀତ ଆଗାମୀ ବଜେଟ୍ ଅଧିବେଶନରେ NDAକୁ AIADMK ଏବଂ YSRCP ଭଳି ମିତ୍ର ପାର୍ଟିର ସମର୍ଥନ ମଧ୍ୟ ଆବଶ୍ୟକ । ଶନିବାର ଅବସର ନେଇଥିବା ମନୋନିତ ସଦସ୍ୟମାନେ ହେଲେ ରାକେଶ ସିହ୍ନା, ରାମ ଶକଲ ସୋନଲ ମାନସିଂହ, ଗୁଲାମ ଅଲି ଏବଂ ମହେଶ ଜେଠମଲାନୀ । ବର୍ତ୍ତମାନ ରାଜ୍ୟସଭାରେ ୧୯ଟି ଆସନ ଖାଲି ରହିଛି ଯେଉଁଥିରୁ ଜାମ୍ମୁ କାଶ୍ମୀର ଏବଂ ମନୋନିତ ଶ୍ରେଣୀରୁ ୪-୪ ଜଣ ଏବଂ ୮ଟି ରାଜ୍ୟ ଯଥା ଆସାମ(୨), ବିହାର(୨), ମହାରାଷ୍ଟ୍ର(୨), ହରିୟାଣା (୧), ତେଲେଙ୍ଗାନା (୧), ମଧ୍ୟପ୍ରଦେଶ (୧), ରାଜସ୍ଥାନ (୧) ଏବଂ ତ୍ରିପୁରା (୧) ।

Get real time updates directly on you device, subscribe now.