ଅଜବ Traffic Rule… କାରରେ ଧୂଳି ଜମିଛି କି? ବାହାରକୁ ଗଲେ କଟିବ ଚାଲାଣ, ଜାଣି ରଖନ୍ତୁ ନିୟମ

ଗାଡ଼ି ସଫା ନଥିଲେ ଚାଲାଣ କାଟିନେବେ ଟ୍ରାଫିକ ପୋଲିସ, ଏମିତି ବି ରହିଛି ଟ୍ରାଫିକ ନିୟମ

ନୂଆଦିଲ୍ଲୀ: ଅନେକ ସମୟରେ ଗାଡ଼ି ଚାଳକଙ୍କ ପାଇଁ ନୂଆ ନୂଆ ଟ୍ରାଫିକ୍ ନିୟମ ଲାଗୁ ହୋଇଥାଏ । ତେବେ ଗାଡ଼ିରେ ମଇଳା ଜମିଲେ ମଧ୍ୟ ଚାଳକଙ୍କୁ ଜରିମାନା ଦେବାକୁ ପଡ଼ିବ । ପ୍ରକୃତ କଥା ହେଉଛି, ୟୁନାଇଟେଡ ଅରବ ଅମୀରାତର ଦୁବାଇ ସହରରେ ଏପରି ଅଜବ ଟ୍ରାଫିକ ନିୟମ ୨୦୧୯ରେ ଲାଗୁ କରାଯାଇଥିଲା ।

ଅଜବ ଟ୍ରାଫିକ ନିୟମ: ଗାଡ଼ିରେ ମଇଳା ଜମିଲେ ମଧ୍ୟ ଚାଳକଙ୍କୁ ଦେବାକୁ ପଡ଼ିବ ଜରିମାନା । ଯଦି କୌଣସି ମଇଳା କାର ଧରାପଡ଼େ, ତେବେ ଚାଲାଣ କାଟିନେବେ ଟ୍ରାଫିକ ପୋଲିସ । ସହରର ଖରାପ ଛବିକୁ ସୁଧାରିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଦୁବାଇ ସହରରେ ଏକ ଅଜବ ପ୍ରକାରର ଟ୍ରାଫିକ ନିୟମ ରହିଛି ।

କାହିଁକି ଏପରି ନିୟମ: ଗତ କିଛିବର୍ଷ ଧରି ଦୁବାଇ ଏକ ବଡ଼ ପର୍ଯ୍ୟଟନ ଓ ବିଜିନେସ ହବ୍ ଭାବେ ଗଢ଼ିଉଠିଛି । ତେଣୁ ସେଠାକୁ ଏବେ ବିଦେଶୀ ଅତିଥିଙ୍କ ଆଗମନ ବଢ଼ିବାରେ ଲାଗିଛି । ଲୋକମାନେ ଗାଡ଼ିକୁ ରୋଡ଼ ସାଡ଼ରେ ପାର୍କ କରି ଲମ୍ବା ଭେକେସନରେ ଚାଲିଯାଉଥିଲେ ।

ରାସ୍ତାକଡ଼ରେ ଅନେକ ଦିନ ଧରି ଗାଡ଼ି ରହିବା ଫଳରେ ସେଥିରେ ଧୂଳି ଜମିଯାଇଥାଏ । ତେଣୁ ଦୁବାଇ ସରକାର ମଇଳା ଗାଡ଼ି ଉପରେ ଫାଇନ ଲାଗୁ କରିଥିଲେ ।

ଜରିମାନା କେତେ ଟଙ୍କା: ଯଦି କୌଣସି ବ୍ୟକ୍ତିଙ୍କର ମଇଳା କାର ପାର୍କିଂ ବା ସଡ଼କ ଉପରେ ଛିଡ଼ା ହୋଇଥିବା ଅବସ୍ଥାରେ ଧରାପଡ଼େ ତେବେ ସେ କ୍ଷେତ୍ରରେ ଚାଳକଙ୍କୁ ୫୦୦ ଦିରହମ ବା ପାଖାପାଖି ୧୧ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ ।

ଭାରତରେ ଟ୍ରାଫିକ ନିୟମ: ଭାରତରେ ଟ୍ରାଫିକ ସିଗନାଲ ନ ମାନିଲେ, ହେଲମେଟ ନ ପିନ୍ଧିଲେ ଫାଇନ ଲାଗୁଥିବା କଥା ଆପଣମାନେ ଶୁଣିଥିବେ । ସିଲ୍ଟ ବେଲ୍ଟ ନ ପିନ୍ଧିବା, ମଦ୍ୟପାନ କରି ଗାଡ଼ି ଚଳାଇବା, ରଙ୍ଗ୍ ରୁଟରେ ଗାଡ଼ି ଚଳାଇବା, ଓଭରସ୍ପିଡରେ ଗାଡ଼ି ଚଳାଇବା, ବିକଟାଳ ହର୍ଣ୍ଣ ବଜାଇବା, ହେଲମେଟ ନ ପିନ୍ଧିବା, ଇନ୍ସ୍ୟୁରାନ୍ସ, ପଲ୍ୟୁସନ ସାଟ୍ରିଫିକେଟ ନଥିଲେ ଅନେକ ସମୟରେ ଗାଡ଼ି ଚାଳକମାନେ ଜରିମାନା ଦେଇଥାନ୍ତି ।

ୱାଟରଲେସ ୱାଶିଂ: ଦୁବାଇ ଏକ ବ୍ୟସ୍ତବହୁଳ ସହର ହୋଇଥିବା ବେଳେ ସେଠାକାର ଲୋକମାନେ ନିଜର କାରକୁ ଧୋଇବା ପାଇଁ ସମୟ ପାଇନଥାନ୍ତି । ତେଣୁ ସେଠାରେ ଏବେ ୱାଟରଲେସ ୱାଶିଂର ଟ୍ରେଣ୍ଡ ବଢ଼ିବାରେ ଲାଗିଛି । ଦୁବାଇ ସ୍ଥିତ ‘ଅଲ ନଜ୍ମ ଅଲ ସତୀ’ ନାମକ ଏକ କାର ୱାଶ ଷ୍ଟାର୍ଟଅପ ୧୦-୧୫ ମିନିଟରେ କାର ଧୋଇଦେଇଥାଏ ।

ସେଥିପାଇଁ ମାତ୍ର ୨୩୦-୩୪୦ ଟଙ୍କା ଦେବାକୁ ପଡ଼ିଥାଏ । ସେଥିରେ ପାଣିର ଉପହାର କରାଯାଇନଥାଏ, ତାହା ଇକୋ-ଫ୍ରେଣ୍ଡଲି ହୋଇଥାଏ । ସଫା କରିବା ପାଇଁ ଷ୍ଟାର୍ଟଅପ ଇ-ସ୍କୁଟରର ଉପଯୋଗ କରିଥାଏ, ଯେଉଁଥିରେ କି ଡିଟରର୍ଜେଣ୍ଟ, ପାଣି ଓ ବ୍ରସ ପରି ସାମଗ୍ରୀ ରହିଥାଏ । ସେଥିରେ ଏକ ସ୍ପ୍ରେ ବୋତଲ ରହିଥାଏ ଓ ସେଥିରେ ୱାଶିଂ ସଲ୍ୟୁସନ ହୋଇଥାଏ ।