ଜେରୁଜେଲମ୍,୧୮ା୬: ଇରାନର ସୁପ୍ରିମ୍ ଲିଡର ଆୟାତୋଲ୍ଲା ଅଲି ଖାମେନେଇ ଜାତିକୁ ସମ୍ବୋଧିତ କରିବା ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଉପଯୁକ୍ତ ଜବାବ ଦେଇଥିଲେ। ତାଙ୍କ ଭାଷଣ ପରେ ତୁରନ୍ତ ଇସ୍ରାଏଲୀ ବାୟୁସେନା ତେହେରାନର ଲାଭିଜାନ ଅଞ୍ଚଳରେ ବିମାନ ଆକ୍ରମଣ କରିଛି। ଲାଭିଜାନକୁ ଖାମେନେଇଙ୍କ ଗୁପ୍ତ ଆଡ୍ଡା ବୋଲି ବିବେଚନା କରାଯାଏ।
ରିପୋର୍ଟ ଅନୁଯାୟୀ, ଇସ୍ରାଏଲୀ ସେନା ତେହେରାନର ନୋବୋନିଆଦ ସ୍କୋୟାରକୁ ଟାର୍ଗେଟ କରିଥିଲା, ଯେଉଁଠାରେ ଇରାନ ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖ୍ୟାଳୟ ଏବଂ ଅନେକ କାରଖାନା ଅବସ୍ଥିତ। ଇସ୍ରାଏଲୀ ସେନା ଏହି ଆକ୍ରମଣର ଦାୟିତ୍ୱ ନେଇଛି ଏବଂ କହିଛି ଯେ, ଲାଭିଜାନ ଅଞ୍ଚଳରେ ବୋମାମାଡ଼ ହେବା ସମୟରେ ଏହା ତେହେରାନର ସାମରିକ ଘାଟି ଉପରେ ଆକ୍ରମଣ କରୁଛି।
ଇସ୍ରାଏଲୀ ସେନା କହିଛି, ଜନ ସୁରକ୍ଷା ନିର୍ଦ୍ଦେଶାବଳୀ ସ୍କୁଲ ବନ୍ଦ ଏବଂ ଅନ୍ୟାନ୍ୟ କଟକଣାକୁ ବାଧ୍ୟତାମୂଳକ କରିଛି। ଇସ୍ରାଏଲୀ ସେନା କହିଛି, ଏହି ପରିବର୍ତ୍ତନଗୁଡ଼ିକ ଜୁନ୍ ୨୦ ରାତି ୮ ଟା ସୁଦ୍ଧା କାର୍ଯ୍ୟକାରୀ ହେବ।
ଖାମେନିଙ୍କ ଲୁଚିବା ସ୍ଥାନ ଉପରେ ଇସ୍ରାଏଲୀ ପ୍ରତିରକ୍ଷା ବାହିନୀର ଏହି ଆକ୍ରମଣ ଏପରି ଏକ ସମୟରେ ହୋଇଛି ଯେତେବେଳେ କିଛି ସମୟ ପୂର୍ବରୁ ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଚ୍ୟାଲେଞ୍ଜ କରିଥିଲେ ଏବଂ କହିଥିଲେ ଯେ, ଇରାନ ଆତ୍ମସମର୍ପଣ କରିବ ନାହିଁ। ଇରାନର ସୁପ୍ରିମ୍ ଲିଡର ଖାମେନେଇ ଆମେରିକାକୁ ଚେତାବନୀ ଦେଇ କହିଥିଲେ ଯେ, ଯଦି ଆମେରିକୀୟ ସେନା ଇସ୍ରାଏଲୀ ଆକ୍ରମଣରେ ଯୋଗ ଦିଏ, ତେବେ ଆମେ ସେମାନଙ୍କୁ ଏପରି କ୍ଷତି ପହଞ୍ଚାଇବୁ ଯାହା ସେମାନେ କଳ୍ପନା ମଧ୍ୟ କରିପାରିବେ ନାହିଁ।