fbpx

ଶକ୍ତି ପ୍ରଦର୍ଶନ କଲା ଇସ୍ରାଏଲ ସେନା; ହମାସର ସଂସଦକୁ ଅକ୍ତିଆର କରିବା ସହ ସ୍ପିକରଙ୍କ ଆସନରେ ବସି ଉଠାଇଲେ ଫଟୋ

Advertisement

ଓଡିଶା ଭାସ୍କର; ଅକ୍ଟୋବର ୭ରୁ ଚାଲିଆସୁଥିବା ଇସ୍ରାଏଲ-ହମାସ ଯୁଦ୍ଧ ଆଜି ୩୯ ଦିନରେ ପହଞ୍ଚିଲାଣି । ପ୍ରଥମେ ଇସ୍ରାଏଲ ଉପରେ ରକେଟ୍ ମାଡ କରିଥିଲା ହମାସ। ଏହାପରେ ପ୍ରତିଆକ୍ରମଣରେ ଇସ୍ରାଏଲ ଯୁଦ୍ଧ ଘୋଷଣା କରି ହମାସକୁ ନିଜର ଶକ୍ତି ପ୍ରଦର୍ଶନ କରିବାରେ ଲାଗିଛି । ଗାଜା ସହର ଉପରେ ଘନ ଘନ ଆକ୍ରମଣ କରି ପ୍ରଥମେ ଗାଜାକୁ ଧ୍ୱସ୍ତ ବିଧ୍ୱସ୍ତ କରିଥିଲା ଇସ୍ରାଏଲ । ଆଉ ଏହା ପରେ ଗାଜା ପଟ୍ଟୀ ଦୁଇ ଭାଗରେ ବିଭକ୍ତ କରିଥିଲା ଇସ୍ରାଏଲ । ହେଲେ ଏବେ ଇସ୍ରାଏଲ ଯାହା କରି ଦେଖାଇଛି ତାହା ସାରା ବିଶ୍ୱରେ ଏକ ସ୍ୱତନ୍ତ୍ର ଚର୍ଚ୍ଚା ସୃଷ୍ଟି କରିଛି ।

ସୂଚନା ଅନୁଯାୟୀ, ସ୍ରାଏଲ ସେନା ଦାବି କରିଛନ୍ତି ଯେ ତାଙ୍କ ସେନା ହମାସର ‘ସଂସଦ’ ଦଖଲ କରିଛି। ଏହା ସହ ତାଙ୍କ ସେନା ସବୁ ଦିଗରୁ ଗାଜା ସହରକୁ ଘେରି ରହିଛି। ତେବେ ଇସ୍ରାଏଲ ସେନା ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରିଛି । ଯେଉଁଥିରେ ଦେଖିବାକୁ ମିଳିଛି ଯେ ଗାଜାର ହମାସ ସଂସଦ ଭବନ ଭିତରେ ଆଇଡିଏଫର ଗୋଲାନି ବ୍ରିଗେଡ ଉପସ୍ଥିତ ଅଛନ୍ତି ଏବଂ ସେମାନେ ନିଜ ଦେଶର ପତାକା ଉତ୍ତୋଳନ କରୁଛନ୍ତି । ଏହା ସହ ଇସ୍ରାଏଲ ସୈନିକମାନେ ହମାସ ସଂସଦର ବାଚସ୍ପତିଙ୍କ ଚେୟାରରେ ବସିଥିବା ମଧ୍ୟ ଦେଖିବାକୁ ମିଳିଛି । ପାଲେଷ୍ଟାଇନ ବିଧାନ ପରିଷଦ ବିଲଡିଂ ୨୦୦୭ରୁ ହମାସ ଅଧୀନରେ ଥିଲା, ଏହା ବର୍ତ୍ତମାନ ଇସ୍ରାଏଲ ସେନାଙ୍କ ଅଧୀନକୁ ଆସିଛି ବୋଲି ଇସ୍ରାଏଲ ଗଣମାଧ୍ୟମରେ ମଧ୍ୟ ଖବର ପ୍ରକାଶ ପାଇଛି ।

ସୂଚନା ଯୋଗ୍ୟ, ଇସ୍ରାଏଲ ଏବଂ ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହମାସ ଯୁଦ୍ଧ ଭୟଙ୍କରରୁ ଅତି ଭୟଙ୍କର ହୋଇଛି । ଅକ୍ଟୋବର ୭ରୁ ଚାଲିଆସୁଥିବା ଏହି ଯୁଦ୍ଧରେ ୧୧,୦୦୦ରୁ ଅଧିକ ପାଲେଷ୍ଟାଇନୀୟଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି । ଯୁଦ୍ଧ ହେତୁ ଗାଜାରେ ଏପର୍ୟ୍ୟନ୍ତ ୨୩ଲକ୍ଷ ଲୋକଙ୍କୁ ନିଜ ଘର ଛାଡି ସୁରକ୍ଷିତ ସ୍ଥାନକୁ ଯିବାକୁ ପଡିବ ବୋଲି କୁହାଯାଉଛି ।

Get real time updates directly on you device, subscribe now.