ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ହମାସ ମଧ୍ୟରେ ୮୦ ଦିନ ହେବ ଯୁଦ୍ଧ ଜାରି ରହିଛି । ଖ୍ରୀଷ୍ଟମାସରେ ଇସ୍ରାଏଲ ଗାଜା ଉପରେ ଆକ୍ରମଣ କରିଛି । ରିପୋର୍ଟ ଅନୁଯାୟୀ, ଇସ୍ରାଏଲ ଆକ୍ରମଣରେ ୭୦ରୁ ଅଧିକ ଲୋକ ମୃତ୍ୟୁବରଣ କରିଛନ୍ତି । ଇସ୍ରାଏଲ ରବିବାର ରାତିରେ ଆକ୍ରମଣ ଆରମ୍ଭ କରିଦେଇଥିଲା । ସକାଳ ପର୍ଯ୍ୟନ୍ତ ଲଗାତାର ଆକ୍ରମଣ ଜାରି ରହିଥିଲା ।
ଆକ୍ରମଣ ପରେ ଲୋକ ନିଜ ପରିବାର ଶବକୁ ନେଇ ଦୌଡୁଥିଲେ । ଏପରି ପରିସ୍ଥିତିତର ଚର୍ଚ୍ଚ ମଧ୍ୟ ଗାଜା ସହ ଏକଜୁଟ ହୋଇଥିଲା । ଏହି ଆକ୍ରମଣ ପାଇଁ ସେ ଖ୍ରୀଷ୍ଟମାସ ପାଳନ ନ କରିବାକୁ ନିଷ୍ପତ୍ତି ନେଇଥିଲା । ସେହିପରି ଇସ୍ରାଏଲ ଗାଜାରେ ଆକ୍ରମଣ ବିସ୍ଫୋରଣ ବଢାଇଦେଇଛି । ଇସ୍ରାଏଲ ଶରଣାର୍ଥୀ ଶିବିରକୁ ଟାର୍ଗେଟ କରିଥିଲା । ଏହାପରେ ବହୁ ଘର ମଧ୍ୟ ଧ୍ୱଂସ ହୋଇଯାଇଛି । ଏହି ଆକ୍ରମଣ ପରେ ଗାଜାରେ ମୃତ୍ୟୁ ସଂଖ୍ୟା ୨୦ ହଜାର ପାର କରିଛି ।
ଖ୍ରୀଷ୍ଟମାସରେ ବେଥଲହମରେ ମଧ୍ୟ କାର୍ଯ୍ୟକ୍ରମକୁ ବ୍ୟାନ କରାଯାଇଛି । ପ୍ରତି ବର୍ଷ ଏଟାରେ ବଡ଼ଧରଣର ଉତ୍ସବ ପାଳନ କରାଯାଏ । ଦୁଇ ହଜାର ବର୍ଷ ପୂର୍ବରୁ ଏଠାରେ ଯୀଶୁଙ୍କମ୍ନ୍ ହୋଇଥିଲା । ତେବେ ଏପର୍ଯ୍ୟନ୍ତ ଇସ୍ରାଏଲର ୧୦୦ ରୁ ଅଧକ ବନ୍ଦୀ ଅଛନ୍ତି । ସାତ ଅକ୍ଟୋବରରେ ହମାସ ଆକ୍ରମଣ ପରେ ଇସ୍ରାଏଲ ଗାଜାରେ ପ୍ରତିଶୋଧ ନେଉଛି ।