ନୂଆଦିଲ୍ଲୀ: ଭାରତକୁ ସେମିକଣ୍ଡକ୍ଟର ଉତ୍ପାଦନ କ୍ଷେତ୍ରରେ ବଡ଼ ସଫଳତା ମିଳିଛି । ଇସ୍ରାଏଲର ପ୍ରସିଦ୍ଧ ସେମିକଣ୍ଡକ୍ଟର ନିର୍ମାତା କମ୍ପାନୀ ଟାୱାର ଦେଶରେ ୮ ଆରବ ଡଲାରର ନିବେଶରେ ପ୍ଲାଣ୍ଟ ନିର୍ମାଣ କାରିବାକୁ ପ୍ରସ୍ତାବ ଦେଇଛି । ଯଦି ଏହି ପ୍ଲାଣ୍ଟକୁ ନିର୍ମାଣରେ ସଫଳତା ମିଳୁଛି ତେବେ ସରକାରଙ୍କୁ ବଡ଼ ଆଶ୍ୱସ୍ତି ମିଳିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ବହୁ ସମୟରୁ ଦେଶରେ ସେମିକଣ୍ଡକ୍ଟର ମ୍ୟାନ୍ୟୁଫାକେ୍ଚରିଙ୍ଗକୁ ପ୍ରୋତ୍ସାହନ ଦେବାର ବ୍ୟବସ୍ଥା କରୁଛନ୍ତି । ଏଥିପାଇଁ ସରକାର ଡିସେମ୍ବର ୨୦୨୧ ରେ ୧୦ ଆରବ ଡଲାର ସ୍କିମର ମଧ୍ୟ ଘୋଷଣା କରିଥିଲେ ।
ରିପୋର୍ଟ ଅନୁଯାୟୀ, ଇସ୍ରାଏଲର କମ୍ପାନୀ ଟାୱାର ଭାରତରେ ସେମିକଣ୍ଡକ୍ଟର ପ୍ଲାଣ୍ଟ ଲଗାଇବାରେ ଉତ୍ସାହ ଦେଖାଇଛି । କମ୍ପାନୀ ଭାରତ ସରକାରଙ୍କୁ ୮ ଆରବ ଡଲାରର ପ୍ରସ୍ତାବ ମଧ୍ୟ ଦେଇଛି । ଏଥିପାଇଁ କମ୍ପାନୀ ସରକାରଙ୍କ ଠାରୁ ଇନସେଟିଭର ଡିମାଣ୍ଡ କରିଛି । ପ୍ରସ୍ତାବ ମୁତାବକ ଟାୱାର ଭାରତରେ ୬୫ ନାନୋମିଟର ଏବଂ ୪୦ ନାନୋମିଟର ଚିପ ପ୍ରସ୍ତୁତ କରିବ ।
ଆଇଟି ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଗତ ବର୍ଷ ଅକ୍ଟୋବରରେ ଟାୱାର ସେମିକଣ୍ଡକ୍ଟରର ସିଇଓ ରସେଲ ସି ଏଲୱାନଗରଙ୍କୁ ଭେଟିଥିଲେ। ଏହି ସଭାରେ ଇସ୍ରାଏଲର ରାଷ୍ଟ୍ରଦୂତ ନାଓର ଗିଲାନ ମଧ୍ୟ ସାମିଲ ହୋଇଥିଲେ। ବୈଠକ ପରେ ରାଜୀବ ଚନ୍ଦ୍ରଶେଖର କହିଛନ୍ତି ଯେ, ଭାରତ ଏବଂ ଟାୱାର ମଧ୍ୟରେ ସେମିକଣ୍ଡକ୍ଟର ଭାଗିଦାରୀ ସମ୍ପର୍କରେ ଆଲୋଚନା ହୋଇଛି।