ଇସ୍ରାଏଲର ଇରାନ ଉପରେ ବଡ଼ ଧରଣର ଆକ୍ରମଣ: ୬ଟି ସାମରିକ ବିମାନବନ୍ଦର ଧ୍ୱଂସ, ୧୫ଟି ଲଢ଼ୁଆ ବିମାନ, ହେଲିକପ୍ଟର ନଷ୍ଟ

ତେହେରାନ/ଜେରୁଜାଲେମ: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏକ ନୂଆ ମୋଡ଼ ନେଇଛି। ଇସ୍ରାଏଲୀ ବାୟୁସେନା (IAF) ଇରାନର ୬ଟି ପ୍ରମୁଖ ସାମରିକ ବିମାନବନ୍ଦର ଉପରେ ବଡ଼ ଧରଣର ଆକ୍ରମଣ କରିଛି, ଯେଉଁଥିରେ ୧୫ଟି ଲଢ଼ୁଆ ବିମାନ ଏବଂ ହେଲିକପ୍ଟର ଧ୍ୱଂସ ହୋଇଥିବା ରିପୋର୍ଟ ମିଳିଛି। ଏହି ଆକ୍ରମଣକୁ ଇସ୍ରାଏଲର “ଅପରେସନ ରାଇଜିଂ ଲାୟନ”ର ଏକ ଅଂଶ ବୋଲି କୁହାଯାଉଛି, ଯାହାର ଲକ୍ଷ୍ୟ ଇରାନର ପରମାଣୁ କାର୍ଯ୍ୟକ୍ରମ ଏବଂ ସାମରିକ ସାମର୍ଥ୍ୟକୁ ନଷ୍ଟ କରିବା।
ଆକ୍ରମଣର ବିବରଣୀ

ରିପୋର୍ଟ ଅନୁସାରେ, ଇସ୍ରାଏଲୀ ଯୁଦ୍ଧବିମାନ, ଯେଉଁଥିରେ F-35 ଷ୍ଟେଲଥ ଫାଇଟର ଏବଂ F-16 ଅନ୍ତର୍ଭୁକ୍ତ, ତେହେରାନ, ତାବ୍ରିଜ, ଇସଫାହାନ, ସିରାଜ, ଆହଭାଜ ଏବଂ ମାଶହାଦ ନିକଟସ୍ଥ ସାମରିକ ବିମାନବନ୍ଦରଗୁଡ଼ିକୁ ଟାର୍ଗେଟ କରିଛନ୍‍। ତାବ୍ରିଜ ଅଞ୍ଚଳର ଶହୀଦ ଫାକୌରୀ ବେସ ଏବଂ ତାବ୍ରିଜ ଆନ୍ତର୍ଜାତୀୟ ବିମାନବନ୍ଦର ସମ୍ପୂର୍ଣ୍ଣ ଧ୍ୱଂସ ହୋଇଥିବା ଖବର ମିଳିଛି। ଏହି ଆକ୍ରମଣରେ ଇରାନର ୩ଟ F-14 ଟୋମକ୍ୟାଟ ଫାଇରାନର, ୨ଟ F-5 ଫାଇଟର ଏବଂ ୮ 10ଟି AH-1 ଆକ୍ରମଣକାରୀ ହେଲିକପ୍ଟର ନଷ୍ଟ ହୋଇଛି। ଇସ୍ରାଏଲୀ ବାୟୁସେନାର ଡ୍ରୋନ ମଧ୍ୟ ଏହି ଅପରେସନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି।