fbpx

‘ଇସ୍ରୋ’ ବୈଜ୍ଞାନିକ ବାଲାର୍ମାତିଙ୍କ ଦେହାନ୍ତ : ଚନ୍ଦ୍ରଯାନ-୩’ ଲଞ୍ଚ୍‌ ବେଳେ ‘କାଉଣ୍ଟଡାଉନ୍‌’ ଘୋଷଣା ଥିଲା ଶେଷ ଘୋଷଣା

ନୂଆଦିଲ୍ଲୀ : ‘ଚନ୍ଦ୍ରଯାନ-୩’ ଉତ୍‌କ୍ଷେପଣ ବା ‘ଲଞ୍ଚ୍‌’ ସମୟରେ ‘କାଉଣ୍ଟ୍‌ଡାଉନ୍‌’ ଘୋଷଣା କରିଥିବା ଇସ୍ରୋ’ ବୈଜ୍ଞାନିକ ବାଲାର୍ମାତିଙ୍କ ହୃଦଘାତରେ ମୃତ୍ୟୁ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ‘ଚନ୍ଦ୍ରଯାନ-୩’ ଲଞ୍ଚ ସମୟର କାଉଣ୍ଟଡାଉନ ତାଙ୍କର ଶେଷ ଘୋଷଣା ଥିଲା । ବାଲାର୍ମାତିଙ୍କ ମୃତ୍ୟୁର ଖବର ଶୁଣି ଶୋକ ବକ୍ତବ୍ୟ କରିଛନ୍ତି ଇସ୍ରୋର ଅନ୍ୟାନ୍ୟ କର୍ମଚାରୀ ।

ସୂଚନା ଅନୁଯାୟୀ, ତାମିଲନାଡୁର ଅରିୟାଲୁର ବାସିନ୍ଦା ବାଲାର୍ମାତିଙ୍କର ଶନିବାର ସନ୍ଧ୍ୟାବେଳେ ଚେନ୍ନାଇରେ ହୃଦ୍‌ଘାତରେ ମୃତ୍ୟୁ ଘଟିଛି । ଚେନ୍ନାଇର ଏକ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଥିବା କଥା ଜଣାପଡିଛି । ସେ ୧୯୮୪ ମସିହାରେ ‘ଇସ୍ରୋ’ରେ ଯୋଗ ଦେଇଥିଲେ। ‘କାଉଣ୍ଟ୍‌ଡାଉନ୍‌’ ଘୋଷଣା ସମୟରେ ତାଙ୍କର ନିଆରା କଣ୍ଠସ୍ୱର ସମଗ୍ର ଭାରତବାସୀଙ୍କର ପ୍ରିୟଭାଜନ ହୋଇଥିଲା । ୨୦୧୫ରେ ସେ ପୂର୍ବତନ ରାଷ୍ଟ୍ରପତି ଅବ୍‌ଦୁଲ୍‌ କଲାମ୍‌ଙ୍କ ନାମରେ ନାମିତ ପୁରସ୍କାର ପ୍ରଥମ କରି ପାଇଥିଲେ।

 

 

Get real time updates directly on you device, subscribe now.