ପିତାମାତା ହଁ କହିଲେ ହିଁ ସୋସିଆଲ ମିଡିଆ ଚଲାଇ ପାରିବେ ଛୁଆ, କେନ୍ଦ୍ର ସରକାର ଆଣିଲେ ନୂଆ ଗାଇଡଲାଇନ
ସୋସିଆଲ ମିିଡିଆରେ ଡାଟା ସୁରକ୍ଷା ପାଇଁ କେନ୍ଦ୍ରର ଚିଠା ଆଇନ । ସେସିଆଲ ମିଡିଆ ଆକାଉଣ୍ଟ ଖୋଲିବା ପୂର୍ବରୁ ପିତାମାାଙ୍କ ସହମତି ଜରୁରୀ ।
ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ଡିଜିଟାଲ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ନିୟମର ଡ୍ରାଫ୍ଟ ପ୍ରକାଶ କରିଛନ୍ତି ସରକାର । ଅହି ନିୟମ ଅନୁସାରେ, 18 ବର୍ଷରୁ କମ୍ ବୟସର ଛୁଆ ସୋସିଆଲ ମିଡିଆ ବ୍ୟବହର କରିବା ପୂର୍ବରୁ ପରିବାରର ଅନୁମତି ନେବା ଜରୁରୀ କରାଯାଇଛି । ପ୍ରାୟ 14 ମାସ ପୂର୍ବରୁ ଡିଜିଟାଲ ଡାଟା ସିକ୍ୟୁରିଟି ବିଲ୍ 2023 କୁ ସଂସଦ ଅନୁମୋଦନ କରିଥିଲା, ଯାହା ପରେ ଏହି ଡ୍ରାଫ୍ଟ ନିୟମାବଳୀ ଜାରି କରାଯାଇଛି ।
ତେବେ ନିୟମାବଳୀରେ ଉଲଂଘନ ପାଇଁ ଦଣ୍ଡବିଧାନ ଉଲ୍ଲେଖ କରାଯାଇ ନାହିଁ । ଜନସାଧାରଣଙ୍କ ପରାମର୍ଶ ପାଇଁ ନିୟମ ଡ୍ରାଫ୍ଟ ପ୍ରକାଶିତ ହୋଇଛି। ଫେବୃଆରୀ 18 ପରେ ଚୂଡ଼ାନ୍ତ ରୂପେ ନିୟମ ଡ୍ରାଫ୍ଟକୁ ବିଚାର କରାଯିବ ବୋଲି କୁହାଯାଇଛି ।
ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଏକ ବିଜ୍ଞପ୍ତି ଜାରି କରି କହିଛି ଯେ, ଏହି ଚିଠା ଆଇନ ଉପରେ ଜନସାଧାରଣ ସେମାନଙ୍କର ଆପତ୍ତି ଏବଂ ପରାମର୍ଶ ମାଇଗଭ ଡଟ୍ ଇନ୍ ଓ୍ବେବସାଇଟ ଯୋଗେ ଦେଇପାରିବେ । ଫେବୃଆରୀ 28 ତାରିଖ ପରେ ଲୋକଙ୍କ ପରାମର୍ଶ ଉପରେ ବିଚାର କରାଯିବ ।
ଡ୍ରାଫ୍ଟ ଆଇନରେ ଦିବ୍ୟାଙ୍କ ଛୁଆ ଏବଂ ବ୍ୟକ୍ତିଙ୍କର ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ଲାଗି କଡା ବ୍ୟବସ୍ଥା କରାଯାଇଛି । ଏହି ଅନୁସାରେ, କମ୍ପାନୀଗୁଡିକ ବ୍ୟକ୍ତିଗତ ଡାଟା ଟ୍ରାନ୍ସଫର କରିବା ପାଇଁ ସରକାରଙ୍କ ଅନୁମତି ଲୋଡିବେ ।