ସିକ୍କିମ ଟ୍ରାଜେଡି, ୪ ଦିନ ବିତିଲା ମିଳିଲାନି ୪ ଓଡ଼ିଆ ପର୍ଯ୍ୟଟକଙ୍କ ପତ୍ତା, ନିରାଶ ହୋଇ ଫେରିଲା ଇତିଶ୍ରୀଙ୍କ ପରିବାର
ଇତିଶ୍ରୀ ଓ ପୁଅଙ୍କୁ ନପାଇ ଶେଷରେ ଘରକୁ ଫେରି ଆସିଲେ ପରିବାର ଲୋକେ।
ଯାଜପୁର: ଦୁର୍ଘଟଣାକୁ ବିତିଗଲା ୪ ଦିନ, ହେଲେ କୌଣସି ପତ୍ତାମିଳିଲାନି ଯାଜପୁରର ବିଜେପି ନେତ୍ରୀ ଇତିଶ୍ରୀ ଓ ତାଙ୍କ ବଡ଼ପୁଅଙ୍କର। ଶେଷରେ ଖାଲି ହାତରେ ଫେରି ଆସିଲେ ପରିବାର ଲୋକେ।
ହଁ ଆମେ କହୁଛୁ ସିକ୍କିମରେ ୪ ଓଡ଼ିଆ ପର୍ଯ୍ୟଟକ ନିଖୋଜ ଘଟଣା। ଦୁର୍ଘଠଣାକୁ ୪ ଦିନ ବିତିଲାଣି, ହେଲେ ଏବେ ଯାଏଁ କାହାରି ପତ୍ତାମିଳିଲାନି। ସେପଟେ ନଦୀରେ ଜଳସ୍ତର ବୃଦ୍ଧି ପାଉଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧାପ୍ରାପ୍ତ ହୋଇଛି।
ନଦୀରୁ ଦୁର୍ଘଟଣାଗ୍ରସ୍ତ କାର ଉଦ୍ଧାର ହୋଇଛି। ହେଲେ କୌଣସି ଲୋକଙ୍କର ପତ୍ତା ମିଳିପାରିନାହିଁ। ଏହାସହ ଗତକାଲି ନିଖୋଜ ଓଡ଼ିଆ ଦମ୍ପତ୍ତିଙ୍କ ମୋବାଇଲ ଫୋନ ଓ ଭ୍ୟାନିଟି ବ୍ୟାଗ ଉଦ୍ଧାର କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।
ହେଲେ ଏତେ ଖୋଜା ଖୋଜି ପରେ ଯେହେତୁ ନିଖୋଜଙ୍କର କୌଣସି ପତ୍ତା ମିଳିଲାନି, ଶେଷରେ ମା’ ପୁଅଙ୍କୁ ନପାଇ ଖାଲି ହାତରେ ନିରାଶ ହୋଇ ଘରକୁ ଫେରି ଆସିଲେ ଇତିଶ୍ରୀଙ୍କ ପରିବାର ଲୋକେ।