fbpx

‘ପ୍ରଧାନମନ୍ତ୍ରୀଙ୍କ ଏଭଳି ନିଷ୍ଠୁରତା ଦେଖି କଷ୍ଟ ଲାଗୁଛି’; ରାହୁଲ ଗାନ୍ଧୀ

Advertisement

ନୂଆଦିଲ୍ଲୀ: ଶନିବାର ଦିଲ୍ଲୀର କର୍ତ୍ତବ୍ୟ ପଥରେ ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ଏବଂ ଅର୍ଜୁନ ପୁରସ୍କାର ଥୋଇ ଭିନେଶ ଫୋଗଟ ନିଜର ପ୍ରତିବାଦ ପ୍ରକାଶ କରିଛନ୍ତି। କିଛି ଦିନ ତଳେ ଭିନେଶ ଫୋଗଟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏକ ଖୋଲା ଚିଠି ଲେଖି ପୁରସ୍କାର ଫେରାଇବା କଥା କହିଥିଲେ। ଶନିବାର ଭିନେଶ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଦିଲ୍ଲୀ ପୋଲିସ ଯିବାପାଇଁ ଅନୁମତି ଦେଇନଥିଲା। ଏବେ ରାହୁଲ ଗାନ୍ଧି ଭିନେଶଙ୍କ ପୁରସ୍କାର ଫେରସ୍ତର ଏକ ଭିଡିଓ ସେୟାର କରି ଟୁଇଟ୍ କରିଛନ୍ତି। ଦେଶର ପ୍ରତ୍ୟେକ ଝିଅଙ୍କ ପାଇଁ ସ୍ୱାଭିମାନ ପ୍ରଥମ, ତା’ପରେ ଅନ୍ୟ କୌଣସି ପଦକ କିମ୍ବା ସମ୍ମାନ। ଆଜି ଏହି ସାହାସୀ ଝିଅମାନଙ୍କ ଲୁହ ଅପେକ୍ଷା ‘ଘୋଷିତ ବାହୁବଳୀ’ର ‘ରାଜନୈତିକ ଫାଇଦା’ର ଅଧିକ ମୂଲ୍ୟ ଥିଲା କି?

ରାହୁଲ ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ହେଉଛନ୍ତି ଦେଶର ଅଭିଭାବକ, ତାଙ୍କର ଏଭଳି ନିଷ୍ଠୁରତା ଦେଖିବା କଷ୍ଟଦାୟକ। କିଛି ଦିନ ତଳେ ରାହୁଲ ଗାନ୍ଧୀ ବଜରଙ୍ଗ ପୁନିଆ ଓ ପ୍ରିୟଙ୍କା ଗାନ୍ଧୀ ସାକ୍ଷୀ ମଲ୍ଲିକଙ୍କୁ ଭେଟିଥିଲେ। ଭାରତୀୟ କୁସ୍ତି ମହାସଂଘର ପୂର୍ବତନ ମୁଖ୍ୟ ତଥା ବିଜେପି ସାଂସଦ ବ୍ରଜଭୂଷଣ ଶରଣ ସିଂହଙ୍କ ବିରୋଧରେ ହୋଇଥିବା ବିକ୍ଷୋଭରେ ଭିନେଶ ଫୋଗାଟ, ସାକ୍ଷୀ ମଲିକ ଏବଂ ବଜରଙ୍ଗ ପୁନିଆ ମୁଖ୍ୟ ଚେହେରା ଥିଲେ। ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଅନେକ ମହିଳା କୁସ୍ତିଯୋଦ୍ଧା ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ଡିସେମ୍ବର ୨୧ତାରିଖରେ ଭାରତୀୟ କୁସ୍ତି ମହାସଂଘ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ବ୍ରଜଭୂଷଣ ଶରଣ ସିଂହଙ୍କ ଘନିଷ୍ଠ ଭାବେ ବିବେଚିତ ସଞ୍ଜୟ ସିଂହ ୪୭ ଖଣ୍ଡ ଭୋଟରୁ ୪୦ ଖଣ୍ଡ ଭୋଟ୍ ପାଇଥିଲେ। ତେବେ ଡିସେମ୍ବର ୨୪ତାରିଖରେ କ୍ରୀଡ଼ା ମନ୍ତ୍ରଣାଳୟ ସଞ୍ଜୟ ସିଂହଙ୍କ ଅଧ୍ୟକ୍ଷତାରେ ଗଠିତ କୁସ୍ତି ସଂଘର ପ୍ୟାନେଲକୁ ନିଲମ୍ବିତ କରିଥିଲା।

 

Get real time updates directly on you device, subscribe now.