fbpx

ଭୟଙ୍କର ଭୂତ, ଚାଲେ କେବଳ ଆତ୍ମାଙ୍କ ରାଜ୍: ଜାଣନ୍ତୁ ଭାରତର ଭୂତିୟା ସ୍ଥାନ ବିଷୟରେ

ନୂଆଦିଲ୍ଲୀ: ଭୂତ, ପ୍ରେତ ଓ ଆତ୍ମା ବିଷୟରେ କହିଲେ ପ୍ରାୟ ସମସ୍ତେ ଭୟରେ ଥରି ଯାଆନ୍ତି । ତେବେ କିଛି ଲୋକ ଏହି କଥାକୁ ଅବିଶ୍ୱାସ କରନ୍ତି । ଏମିତି କି ଆଜିକା ଯୁଗରେ ଏସବୁ କହିଲେ କେହି କେହି ହସରେ ଏକଥାକୁ ଉଡାଇ ଦିଅନ୍ତି । କେବଳ ମନୋରଞ୍ଜନ ପାଇଁ ଲୋକେ ଭୂତପ୍ରେତକୁ ନେଇ ତିଆରି ହେଉଥିବା ଚଳଚ୍ଚିତ୍ର ଦେଖିବାକୁ ପସନ୍ଦ କରନ୍ତି । ତେବେ ସତରେ କଣ ସେମିତି କିଛି ଜଗା ଅଛି ଯେଉଁଠି ଆତ୍ମାଙ୍କ ରାଜ୍ ଚାଲେ । ଭାରତରେ ଏପରି କିଛି ଭୂତିୟା ସ୍ଥାନ ରହିଛି ଯାହାକୁ ନେଇ ସରକାର ମଧ୍ୟ ପ୍ରତିବନ୍ଧକ ଲଗାଇଛନ୍ତି । ଏହି ଭୟାନକ ସ୍ଥାନ ବିଷୟରେ ଜାଣିଲେ ଆପଣ ବି କିଛି ମାତ୍ରାରେ ଏହାକୁ ବିଶ୍ୱାସ କରିବାକୁ ବାଧ୍ୟ ହେବେ ।

ଭାଙ୍ଗର କିଲ୍ଲା- ଯାହା ରାଜସ୍ଥାନ ଅଲଓର ଜିଲ୍ଲାରେ ଅବସ୍ଥିତ । ଏହି ଭାଙ୍ଗର କିଲ୍ଲାକୁ ୧୫୭୩ରେ ନିଜ ପୁଅ ମାଧବ ସିଂଙ୍କ ପାଇଁ ନିର୍ମାଣ କରିଥିଲେ ରାଜା ଭଗୱନ୍ତ ଦାସ । ଯାହା ସେହି ସମୟରେ ଭାଙ୍ଗଡର ରାଜଧାନୀ ଥିଲା । ଦିନ ଥିଲା ଏଠାରେ ଲୋକେ ଖୁବ ଖୁସିରେ ବସବାସ କରୁଥିଲେ କିନ୍ତୁ କାଳକ୍ରମେ ଏହା ଖୁବ ଭୟାନକ ଜାଗାରେ ପରିଣତ ହୋଇଗଲା । ତେବେ ଏହା ପଛରେ ଅନେକ କାହାଣୀ ରହିଛି । କିମ୍ବଦନ୍ତୀ ଅନୁସାରେ କେହି କେହି କୁହନ୍ତି ଯେ ଏଠାକାର ରାଜକୁମାରୀ ରତ୍ନାବତୀ ଖୁବ ସୁନ୍ଦରୀ ଥିଲେ । ତାଙ୍କ ସୁନ୍ଦରତାର ଚର୍ଚ୍ଚା ଏତେ ଅଧିକ ଥିଲା ଯେ ତାଙ୍କୁ ପାଇବା ପାଇଁ ଅନେକ ରାଜକୁମାର ସ୍ୱପ୍ନ ଦେଖୁଥିଲେ । ଥରେ ରାଜକୁମାରୀ ତାଙ୍କ ସାଙ୍ଗମାନଙ୍କ ସହ ନିକଟସ୍ଥ ବଜାରକୁ ଯାଇଥବା ବେଳେ ସେଠାରେ ଏକ ଯାଦୁଗର ରାଜକୁମାରୀଙ୍କ ପ୍ରେମରେ ପଡିଗଲା । ବାରମ୍ବାର ରାଜକୁମାରୀଙ୍କୁ ବିବାହ କରିବାର ପ୍ରସ୍ତାବ ଦେଲା । ହେଲେ ରାଜକୁମାରୀ ଏଥିରେ ରାଜି ହେଲେ ନାହିଁ ।

ତେଣୁ ସେ କଳାଯାଦୁ କରି ରାଜକୁମାରୀ ବ୍ୟବହାର କରୁଥିବା ଇତରରେ କିଛି ମିଶାଇଦେଲା । ଯାହା ବ୍ୟବହାର କରିବା ମାତେ ରାଜକୁମାରୀ ତା ଆଡକୁ ଆକୃଷ୍ଟ ହୋଇଯିବେ । ହେଲେ ରାଜକୁମାରୀ ସେ ଇତରକୁ ବ୍ୟବହାର ନକରି ତାକୁ ଫୋଫାଡି ଦେଲେ । ଯାହା ଜାଣିପାରି ଯାଦୁଗର ଧମକ ଦେଲା ଯଦି ସେ ତାଙ୍କ କଥାରେ ରାଜି ନ ହୁଅନ୍ତି ତେବେ ସେ ଏହି କିଲ୍ଲାକୁ ଅଭିଶପ୍ତ କରିଦେବ । ହେଲେ ରାଜକୁମାରୀ ଅତି ଚାଲାକିର ସହ ସେହି ଯାଦୁଗରକୁ ମାରିଦେଲେ । କିନ୍ତୁ ମୃତ୍ୟୁ ପୂର୍ବରୁ ହିଁ ଯାଦୁଗର ଏହି ସ୍ଥାନକୁ ଅଭିଶପ୍ତ କରିଦେଲା ଓ ରତ୍ମାବତୀଙ୍କୁ ଆଭିଷାପ ଦେଲା ଏହି କିଲ୍ଲା ଲୋକଶୂନ୍ୟ ହୋଇଯିବ, ଏଠାକୁ ଯିଏ ଆସିବ ସେ ମରିବ ।

ସେବେଠାରୁ ହିଁ ସେହି କିଲ୍ଲାରେ ରହୁଥିବା ଲୋକେ ଧୀରେ ଧୀରେ ମୃତ୍ୟୁମୁଖରେ ପଡିଲେ । ରତ୍ନାବତୀ ମଧ୍ୟ  ଏହି ଘଟଣା ପରେ ମୃତ୍ୟୁବରଣ କଲେ । କୁହାଯାଏ ଯେ ରତ୍ନାବତୀଙ୍କ ସମେତ ଅନେକ ଲୋକଙ୍କ ଆତ୍ମା ଏଠାରେ ଘୂରି ବୁଲୁଛି । ତେଣୁ ଏହି କିଲ୍ଲା ଭିତରେ ଅନେକ ଲୋକଙ୍କ ଚିକ୍ରାର ଶୁଣାଯାଏ । ଏହି କିଲ୍ଲା ଭିତରକୁ ଥରେ ଯିଏ ଯାଇଛି, ଆଉ ସେଠାରୁ ଫେରିନାହିଁ । ତେଣୁ ଲୋକେ ଏହି ସ୍ଥାନକୁ ଭୂତିୟା କିଲ୍ଲା ବୋଲି ମାନନ୍ତି । କୁହାଯାଏ ଏଠାରେ ମୃତ୍ୟୁ ହୋଇଥିବା ଲୋକଙ୍କ ଚିତ୍କାର ଶୁଣିବାକୁ ମିଳେ ।

ବାରମ୍ବାର ଏଭଳି ଘଟଣା ଘଟିବା ପରେ ଭାରତ ସରକାରଙ୍କ ତରଫରୁ ଏହି ସ୍ଥାନରେ ଏକ ସୂଚନା ଫଳକ ଲଗାଯାଇଛି । ସୂର୍ଯ୍ୟାସ୍ତ ପରେ ଏହି କିଲ୍ଲାର ଦ୍ୱାର ବନ୍ଦ କରାଯାଏ, ଏହା ମଧ୍ୟକୁ ଯିବାକୁ କାହାରିକୁ ଅନୁମତି ଦିଆଯାଏ ନାହିଁ ।

Get real time updates directly on you device, subscribe now.