ମଇଦାନରେ ଜାଡେଜାଙ୍କ ପୁଷ୍ପା ଷ୍ଟାଇଲ: ୱିକେଟ ନେଇ କହିଲେ ‘ଝୁକେଗା ନେହିଁ’

ନୂଆଦିଲ୍ଲୀ: ଭାରତ-ଶ୍ରୀଲଙ୍କା ପ୍ରଥମ ଟି-୨୦ ମ୍ୟାଚରେ ବ୍ୟାଫୁଯରେ ପଡିଛି ଶ୍ରୀଲଙ୍କା ଦଳ । ଗୋଟିଏ ପରେ ଗୋଟିଏ ଝଟକା ଦେଇ ଚାଲିଛନ୍ତି ଭାରତୀୟ ବୋଲର । ଏହି ମ୍ୟାଚରେ ଶ୍ରୀଲଙ୍କା ଦଳର ୱିକେଟ କିପର ବ୍ୟାଟ୍ସମ୍ୟାନ ଦୀନେଶ ଚାନ୍ଦିମାଲଙ୍କ ୱିକେଟ ନେଇଛନ୍ତି ଭାରତୀୟ ଦଳର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା । ଇଶାନ କିଶାନଙ୍କ ଦ୍ୱାରା ତାଙ୍କୁ ଷ୍ଟମ୍ପିଙ୍ଗ କରାଇ ପାଭିଲିୟନ ଫେରାଇ ଦେଇଛନ୍ତି ଜଡେଜା । କିନ୍ତୁ ଏହାପରେ ଦେକିବାକୁ ମିଳିଛି ଷ୍ଟାର ଅଲରାଉଣ୍ଡରଙ୍କ ଷ୍ଟାର ପରଫୋରମାନ୍ସ । ସାରା ଦେଶରେ ଫେମସ ଥିବା ପୁଷ୍ପା ଷ୍ଟାଇଲ କରି ଜାଡେଜା ୱିକେଟ ପରେ ସେଲିବ୍ରେସନର ମଜା ନେଇଛନ୍ତି ।

IND vs SL: Ravindra Jadeja CELEBRATION after dismissing Dinesh Chandimal goes Viral - WATCHପୁଷ୍ପ: ଝୁକେଗା ନେହିଁ ଷ୍ଟାଇଲ କରି ଜଡେଜା ଏହି ୱିକେଟ ପତନକୁ ସେଲିବ୍ରେସନ କରିଛନ୍ତି । ୯ ବଲରେ ୧୦ ରନ କରି ପାଭିଲିୟନ ଫେରିଛନ୍ତି ଦିନେଶ ଚାନ୍ଦିମାଲ । ରବିନ୍ଦ୍ର ଜାଡେଜାଙ୍କ ବଲରେ ଷ୍ଟେପ ଆଉଟ କରି ବଡ ଶଟ ଖେଳିବାକୁ ଚେଷ୍ଟା କରି ଫେଲ ମାରିଥିଲେ ଚାନ୍ଦିମାଲ । କିନ୍ତୁ ୱିକେଟ କିପର ଇଶାନ କିଶାନ ତାଙ୍କୁ ଷ୍ଟମ୍ପ କରି ପାଭିଲିୟନର ରାସ୍ତା ଦେଖାଇଛନ୍ତି ।