fbpx

ପୁଣିଥରେ ଜୟଶଙ୍କରଙ୍କୁ ବୈଦେଶିକ ବ୍ୟାପାର ଦାୟିତ୍ୱ; ଚୀନ୍-ପାକିସ୍ତାନ ସମ୍ପର୍କକୁ ନେଇ କହିଲେ ଏପରି କଥା

Advertisement

ନୂଆଦିଲ୍ଲୀ: ଦ୍ବିତୀୟ ଥର ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ଭାର ସମ୍ଭାଳିବେ ଏସ୍. ଜୟଶଙ୍କର। ଦାୟିତ୍ୱ ନେବା ପରେ ପାକିସ୍ତାନ ଓ ଚୀନ୍ ସହ ସମ୍ପର୍କକୁ ନେଇ ଗଣମାଧ୍ୟମ ଅଗରେ ପ୍ରତିକ୍ରିୟା ରଖିଛନ୍ତି ଏସ୍. ଜୟଶଙ୍କର । କୌଣସି ଦେଶରେ, ବିଶେଷ କରି ଗଣତନ୍ତ୍ରରେ କୌଣସି ସରକାରର କ୍ରମାଗତ ତିନୋଟି ନିର୍ବାଚନ ବିଶ୍ୱକୁ ଏକ ବାର୍ତ୍ତା ଦେଇଥାଏ ଯେ ଭାରତରେ ରାଜନୈତିକ ସ୍ଥିରତା ରହିଛି । ଭାରତର ଲୋକମାନେ ସେମାନଙ୍କ ପ୍ରଧାନମନ୍ତ୍ରୀଙ୍କୁ ବିଶ୍ୱାସ କରନ୍ତି ।

ଆମେ ଆମ ସ୍ୱାର୍ଥକୁ ବିଶ୍ୱ ଆଗରେ ରଖିବୁ। ଏସ୍ ଜୟଶଙ୍କର କହିଛନ୍ତି, ଚୀନ୍ ଓ ପାକିସ୍ତାନ ଅଲଗା ଅଲଗା ଦେଶ, ସମ୍ପର୍କ ଅଲଗା, ଭିନ୍ନ ସମସ୍ୟା ମଧ୍ୟ ରହିଛି । ଚୀନ୍ ସୀମାରେ କିଛି ପ୍ରସଙ୍ଗ ବାକି ରହିଛି । ଆମେ ଏହାକୁ କିପରି ମୁକାବିଲା କରିବୁ ସେଥିପାଇଁ ଚେଷ୍ଟା କରିବୁ । ବର୍ଷ ବର୍ଷ ଧରି ପାକିସ୍ତାନ ସହ ସୀମାପାର ଆତଙ୍କବାଦ ପ୍ରସଙ୍ଗ ରହିଛି ।  ଆମେ ଏହାକୁ କିପରି ସମାଧାନ କରିପାରିବା ତାହାରି ଉପରେ ଅଧିକ ଗୁରୁତ୍ୱ ରଖିବା।

Get real time updates directly on you device, subscribe now.