fbpx

ବ୍ଲାକ୍‌ ଫଙ୍ଗସ୍‌କୁ ମହାମାରୀ ଘୋଷଣା କଲା ଜମ୍ମୁକାଶ୍ମୀର

ଶ୍ରୀନଗର (ଓଡ଼ିଶା ଭାସ୍କର) : ମହାମାରୀ ରୋଗ ଅଧିନିୟମ ଅନୁଯାୟୀ ବ୍ଲାକ୍‌ ଫଙ୍ଗସକୁ ଏକ ଉଲ୍ଲେଖନୀୟ ରୋଗରେ ଅନ୍ତର୍ଭୁକ୍ତ କରିବାକୁ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେବା ପରେ ଜମ୍ମୁକାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ଏହାକୁ ମହାମାରୀ ଘୋଷଣା କରିଛନ୍ତି । କେନ୍ଦ୍ରଶାସିତ ଅଞ୍ଚଳରେ ବ୍ଲାକ୍‌ ଫଙ୍ଗସ୍‌ ଯୋଗୁ ପ୍ରଥମ ମୃତ୍ୟୁ ଖବର ଆସିବା ପରେ ଏହି ନିଷ୍ପତ୍ତି ନିଆଯାଇଛି । ବ୍ଲାକ୍‌ ଫଙ୍ଗସ୍‌ ହେତୁ ଜଣେ ୪୦ ବର୍ଷୀୟ କରୋନାରୁ ଆରୋଗ୍ୟ ଲାଭ
କରିଥିବା ରୋଗୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.