ଭୁବନେଶ୍ୱର: ଜୁଲାଇ ୭ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନଅଭିଯୋଗ ଶୁଣାଣି। ଅଶୋକନଗରସ୍ଥିତ ପୂର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶୁଣାଣି ହେବ। ଦିନ ୧୦ଟା ୩୦ରେ ଆରମ୍ଭ ହେବ ଶୁଣାଣି। ପୂର୍ବରୁ ପଞ୍ଜିକରଣ ହୋଇଥିବା ଅଭିଯୋଗର ଶୁଣାଣି କରାଯିବ।
ଆସନ୍ତା ଜୁଲାଇ ୭ତାରିଖ ସୋମବାରଦିନ ମୁଖ୍ୟମନ୍ତ୍ରୀଙ୍କ ଜନଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଗତ ୩୦.୦୬.୨୦୨୫ରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଅଭିଯୋଗ ଦାଖଲ ପାଇଁ ଯେଉଁମାନେ ପୂର୍ବରୁ ପଞ୍ଜୀକରଣ କରିଥିଲେ, ଏହି ଶୁଣାଣି କେବଳସେମାନଙ୍କ ପାଇଁ ଉଦ୍ଦିଷ୍ଟ ରହିଛି ।
ସେମାନେ ପୁନଃ ପଞ୍ଜୀକରଣ କରିବାର ଆବଶ୍ୟକତା ନାହିଁ । ଜୁନ୍ ୩୦ ତାରିଖ ପାଇଁ ପୂର୍ବରୁ ପଞ୍ଜୀକରଣ କରିଥିବା ଆବେଦନକାରୀ ସେମାନଙ୍କ ପ୍ରାପ୍ତି ସ୍ୱୀକାର ପତ୍ର, ବ୍ୟକ୍ତିଗତ ପରିଚୟ ପତ୍ର ତଥା ଆବେଦନ ପତ୍ର ସହ ନିର୍ଦ୍ଧାରିତ ୟୁନିଟ୍-୨, ଅଶୋକନଗର, ଭୁବନେଶ୍ୱରସ୍ଥିତ ପୂର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟ(କ୍ୟାପିଟାଲ ନର୍ସରୀ) ଠାରେ ଜନ ଶୁଣାଣି ପାଇଁ ଉପସ୍ଥିତ ରହିବେ। ଏ ସଂପର୍କରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।