fbpx

ଜାପାନ ସୁନାମୀକୁ ନେଇ ଜାରି ହେଲା ହେଲ୍ପଲାଇନ ନମ୍ବର, ଜାଣନ୍ତୁ ସେଠାରେ ସ୍ଥିତି କ’ଣ ରହିଛି

ନୂଆଦିଲ୍ଲୀ: ବର୍ଷର ପ୍ରଥମ ଦିନରେ ଜାପାନ ପ୍ରଳୟଙ୍କରୀ ଭୂମିକମ୍ପର ସମ୍ମୁଖୀନ ହୋଇଛି । ଯେଉଁଥିରେ ହଜାର ହଜାର ଲୋକେ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି। ତେବେ ବାରମ୍ବାର ଭୂମିକମ୍ପରେ ଦୋହଲିବା ପରେ ଜାପାନରେ ସୁନାମୀ ଆସିଛି। ଇଶିକାୱାରେ ସମୁଦ୍ରର ଉଚ୍ଚ ତରଙ୍ଗ ଲୋକଙ୍କୁ ଭୟଭୀତ କରିଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୭.୫ ମାପ କରାଯାଇଛି । ଫଳରେ ଏହାକୁ ନେଇ ଜାପାନ ଉପକୂଳରୁ ହଜାର ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ଅନ୍ୟପଟେ ରୁଷିଆର ଉପକୂଳବର୍ତ୍ତୀ ଅଞ୍ଚଳରେ ମଧ୍ୟ ସୁନାମି ସତର୍କ ସୂଚନା ଜାରି କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଭୂମିକମ୍ପ ଯୋଗୁ ୩୩ ହଜାର ଲୋକେ ଏବେ ଅନ୍ଧାରରେ ଅଛନ୍ତି। ବିଦ୍ୟୁତ ଯୋଗାଣ ବ୍ୟାହତ ହୋଇଛି। ବିପର୍ୟ୍ୟୟ ଦ୍ୱାରା ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଭାରତୀୟ ଦୂତାବାସ ଦ୍ୱାରା ଜରୁରୀକାଳୀନ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି। ଯୋଗାଯୋଗ ପାଇଁ ଭାରତୀୟ ଦୂତାବାସ ଏକ ଇ-ମେଲ ଠିକଣା ମଧ୍ୟ ଜାରି କରିଛି। ୟାକୁବ ଟପ୍ନୋ, ଅଜୟ ସେଠୀ ଏବଂ ଡି.ଏନ ବର୍ନୱାଲଙ୍କ ବ୍ୟତୀତ ଏସ୍‌ ଭଟ୍ଟାଚାର୍ୟ୍ୟ ଏବଂ ବିବେକ ରାଠିଙ୍କ ନମ୍ବର ଜାରି କରାଯାଇଛି।

ରିପୋର୍ଟ ମୁତାବକ, ଜାପାନର ଇସିକାୱାର ଜ୍ଵାଜିମା ଓ କାନାୱାଜା ସହର, ଟୋୟୋମା, କାନାୱାଜା ଆଦିରେ ସୁନାମୀର ପ୍ରଥମ ଲହର ପହଞ୍ଚିଛି । ଇଶିକାୱାରେରେ ୧.୨ ମିଟରର ସୁନାମୀ ଆସିଛି । ଏହା ୫ ମିଟର ପର୍ୟ୍ୟନ୍ତ ବୃଦ୍ଧି ପାଇପାରେ ବୋଲି ସତର୍କତା ଜାରି କରାଯାଇଛି । ସେହିପରି ଟୟୋମାରେ ୮୦ ସେଣ୍ଟିମିଟରର ସୁନାମୀ ଲହର ଆସିଛି । ଏଠାରେ ମଧ୍ୟ ୩ ମିଟର ଉଚ୍ଚତାର ସୁନାମୀ ଆସିପାରେ ବୋଲି ସତର୍କତା ଜାରି କରାଯାଇଛି । କାନାୱାଜା ଓ ଓକୁସିରି ଦ୍ୱୀପରେ ୭୦ ସେଣ୍ଟିମିଟର ଉଚ୍ଚତାର ଲହର ଆସିଛି । କାସିୱାଜାକି ଓ ତବିସିମା ଉପକୂଳରେ ବି ସୁନାମୀ ଲହର ଆସିଥିବା ରିପୋର୍ଟ ଆସିଛି । ସୁନାମୀର ଲହରଗୁଡ଼ିକ ବାରମ୍ବାର ଆସିବ ଓ ବେଳକୁ ବେଳ ସେଗୁଡ଼ିକର ଉଚ୍ଚତା ବଢିପାରେ ବୋଲି ସତର୍କତା ଜାରି କରାଯାଇଛି।

ଭୂମିକମ୍ପ ପରେ ଜାପାନର ଇସିକାଓ୍ୱାର ଓ୍ୱାଜିମା ଓ କାନାଓ୍ୱାଜା ସହର, ଟୋୟୋମା ଆଦିରେ ସୁନାମିର ପ୍ରଥମ ଲହର ପହଞ୍ଚିଛି। ଇସିକାଓ୍ୱାରେ ୧.୨ ମିଟରର ସୁନାମି ଆସିଛି। ଏହା ୫ ମିଟର ପର୍ୟ୍ୟନ୍ତ ବୃଦ୍ଧି ପାଇପାରେ ବୋଲି ସତର୍କତା ଜାରି କରାଯାଇଛି। ସେହିପରି ଟୟୋମାରେ ୮୦ ସେଣ୍ଟିମିଟରର ସୁନାମୀ ଲହର ଆସିଛି। ଏଠାରେ ମଧ୍ୟ ୩ ମିଟର ଉଚ୍ଚତାର ସୁନାମୀ ଆସିପାରେ ବୋଲି ସତର୍କତା ଜାରି କରାଯାଇଛି। କାନାଓ୍ୱାଜା ଓ ଓକୁସିରି ଦ୍ୱୀପରେ ୭୦ ସେଣ୍ଟିମିଟର ଉଚ୍ଚତାର ଲହଡି ଆସିଛି। କାସିଓ୍ୱାଜାକି ଓ ତବିସିମା ଉପକୂଳରେ ବି ସୁନାମୀ ଲହର ଆସିଥିବା ରିପୋର୍ଟ ହୋଇଛି। ସୁନାମୀର ଲହରଗୁଡ଼ିକ ବାରମ୍ବାର ଆସିବ ଓ ବେଳକୁ ବେଳ ସେଗୁଡ଼ିକର ଉଚ୍ଚତା ବଢ଼ିପାରେ ବୋଲି ସତର୍କତା ଜାରି କରାଯାଇଛି।

 

Get real time updates directly on you device, subscribe now.