JEE Main 2025: ପରୀକ୍ଷା ପାଇଁ ଜାରି ହେଲା ସିଡ୍ୟୁଲ, ଜାଣନ୍ତୁ କିପରି ଡାଉନଲୋଡ କରିବେ ସିଟି ସ୍ଲିପ୍
JEE Main 2025 ସେସନ୍ ୧ ପରୀକ୍ଷା ପାଇଁ ତାରିଖ ଘୋଷଣା । NTAର ଅଫିସିଆଲ ୱେବସାଇଟକୁ ଯାଇ ଡାଉନଲୋଡ୍ କରିପାରିବେ ସିଟି ସ୍ଲିପ୍ ।
ନୂଆଦିଲ୍ଲୀ: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(NTA) ଏହାର JEE Main 2025 ସେସନ୍ ୧ ପରୀକ୍ଷା ପାଇଁ ତାରିଖ ଘୋଷଣା କରିଛି । NTAର ଅଫିସିଆଲ ୱେବସାଇଟକୁ ଯାଇ ପ୍ରାର୍ଥୀ ପରୀକ୍ଷା ସିଡ୍ୟୁଲ ଯାଞ୍ଚ୍ କରିପାରିବେ । ଏଥିମଧ୍ୟରେ NEET UG ଏବଂ CEUT UG ପରୀକ୍ଷା ଖୁବ୍ ଶୀଘ୍ର ତାରିଖ ଘୋଷଣା ହେବାର ସମ୍ଭାବନା ରହିଛି ।
JEE Main 2025 ସେସନ୍ ୧ ପରୀକ୍ଷା ୨୨ରୁ ୩୧ ଜାନୁଆରୀ ମଧ୍ୟରେ ଅନୁଷ୍ଠିତ ହେବ । ଏଥିପାଇଁ ୨୮ ଅକ୍ଟୋବରରୁ ୨୨ ନଭେମ୍ବର ମଧ୍ୟରେ ରେଜିଷ୍ଟ୍ରେସନ୍ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା । ସେହିପରି ୨୬ରୁ ୨୭ ନଭେମ୍ବର ପର୍ଯ୍ୟନ୍ତ ପଞ୍ଜିକୃତ ପ୍ରାର୍ଥୀଙ୍କୁ ଅବେଦନ ଫର୍ମରେ ସଂଶୋଧନ କରିବାର ସୁଯୋଗ ଦିଆଯାଇଥିଲା । ଚଳିତ ବର୍ଷ ଏପ୍ରିଲରେ ଜେଇଇ ମେନ୍ ସେସନ୍ ୨ର ଆୟୋଜିତ ହେବ ।
କେତେଟା ଶିଫ୍ଟରେ ହେବ ପରୀକ୍ଷା ?
JEE Main 2025 ସେସନ୍ ୧ ପରୀକ୍ଷା ୨ଟି ଶିଫ୍ଟରେ ଅୟୋଜିତ ହେବ । ପେପର BE/B.Tech ପରୀକ୍ଷା ୨୨, ୨୩, ୨୪, ୨୮ ଏବଂ ୨୯ ଜାନୁଆରୀକୁ ଆୟୋଜିତ ହେବ । ସକାଳ ୯ଟାରୁ ଦିନ ୧୨ ଟା ପର୍ଯ୍ୟନ୍ତ ପ୍ରଥମ ଶିଫ୍ଟ ଏବଂ ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୨ୟ ଶିଫ୍ଟ ପରୀକ୍ଷା ଆୟୋଜିତ ହେବ । ସେହିପରି ପେପର ୨ B.Arc ଏବଂ B. Planning ପରୀକ୍ଷା ୩୦ ଜାନୁଆରୀ ଗୋଟିଏ ଶିଫ୍ଟରେ ଅପରାହ୍ନ ୩ଟାରୁ ସନ୍ଧ୍ୟା ୬:୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।
କେବେ ଜାରି ହେବ ଆଡମିଟ୍ କାର୍ଡ଼ ?
NTA ପରୀକ୍ଷାର ପ୍ରାୟ ୧୦ ଦିନ ପୂର୍ବରୁ ସିଟି ସ୍ଲିପ୍ ଜାରି କରାଯିବ । ପରୀକ୍ଷାର୍ଥୀ ଜଣଙ୍କ ଅଫିସିଆଲ ୱେବସାଇଟରେ ନିଜ ରେଜିଷ୍ଟ୍ରେସନ୍ ନମ୍ବର ଏବଂ ଜନ୍ମ ତିଥି ଦେଇ ଡାଉନଲୋଡ୍ କରିପାରିବେ । ଏହା ପରେ ପରୀକ୍ଷା ତାରିଖ ୪ ଦିନ ପୂର୍ବରୁ ଆଡମିଟ୍ କାର୍ଡ଼ ଜାରି କରାଯିବ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ସିଟି ସ୍ଲିପ୍ ଏବଂ ଆଡମିଟ୍ କାର୍ଡ଼ ଜାରି କରିବା ପାଇଁ ଅଧିକାରିକ ତାରିଖ ଘୋଷଣା କରାଯାଇ ନାହିଁ ।
କିପରି ଡାଉନଲୋଡ୍ କରିବେ ସିଟି ସ୍ଲିପ୍ ?
– ପ୍ରଥମେ ପ୍ରାର୍ଥୀ ଜଣଙ୍କ ଅଫିସିଆଲ ୱେବସାଇଟ୍ jeemain.nta.nic.inକୁ ଯାନ୍ତୁ ।
– ଏହା ପରେ ହୋମପେଜରେ JEE Main 2025 ପରୀକ୍ଷା ସହର ସୂଚନା ତାଲିକା ଲିଙ୍କ ଉପରେ କ୍ଲିକ୍ କରନ୍ତୁ ।
– ଏହା ପରେ ଏକ ନୂତନ ପେଜ୍ ଖୋଲିବ । ଏଥିରେ ଉପଯୁକ୍ତ ବିବରଣୀ ଦେଇ ଲଗ୍ ଇନ୍ କରନ୍ତୁ ।
– ଅଗ୍ରୀମ ସହର ସୂଚନା ସ୍ଲିପ୍ ଦେଖି ଡାଉନଲୋଡ୍ କରନ୍ତୁ ।