ଝାନ୍ସୀ: ଉତ୍ତର ପ୍ରଦେଶ ଝାନ୍ସୀ ରାଣୀ ଲକ୍ଷ୍ମୀବାଈ ହସ୍ପିଟାଲରେ ବଡ଼ ଅଘଟଣ । ହସ୍ପିଟାଲରେ ନିଆଁ ଲାଗି ୧୦ ନବଜାତ ଜଳି ଯାଇଛନ୍ତି । ବିଳମ୍ବିତ ରାତିରେ ମେଡିକାଲ ଏନଆଇସିୟୁରେ ନିଆଁ ଲାଗିଯାଇଥିଲା । ପ୍ରାୟ ୩୫ ଜଣ ଶିଶୁଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ସର୍ଟିସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଥିବାବେଳେ ଘଟଣାର ତଦନ୍ତ ଚାଲିଛି ।