fbpx
BJD SKY
BJD SKY

୧୨ରେ ଝାଡ଼ଖଣ୍ଡରେ ଆଉ ଏକ ବନ୍ଦେ ଭାରତ ଏକ୍ସପ୍ରେସ୍‍ ଟ୍ରେନର ଉଦ୍‍ଘାଟନ କରିବେ ମୋଦୀ: ଓଡ଼ିଶା ସମେତ ଏହି ରାଜ୍ୟର ଯାତ୍ରୀ ହେବେ ଉପକୃତ

BJD

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୧୨ ତାରିଖ ଦିନ ଆଭାସୀ ଜରିଆରେ ଝାଡ଼ଖଣ୍ଡରେ ଆଉ ଏକ ବନ୍ଦେ ଭାରତ ଏକ୍ସପ୍ରେସ୍‍ ଟ୍ରେନ୍‍ର ଉଦ୍‍ଘାଟନ କରିବେ । ଏହି ଟ୍ରେନ୍‍ ବନାରସ ପର୍ଯ୍ୟନ୍ତ ଚାଲିବ । ରାଞ୍ôଚ ରେଳମଣ୍ଡର ଡିଆର୍‍ଏମ୍‍ ଯଶ୍ମିତ ସିଂ ବିନ୍ଦ୍ରା ଏହି ସୂଚନା ଦେଇଛନ୍ତି । ରାଞ୍ଚି–ବନାରସ ବନ୍ଦେ ଭାରତ ଏକ୍ସପ୍ରେସ୍‍ରେ ୮ଟି ଚେୟାର କାର୍‍ କୋଚ୍‍ ରହିବ । ଏହି ଟ୍ରେନ୍‍ ଚାଲିବା ଦ୍ୱାରା ଝାଡ଼ଖଣ୍ଡ, ବିହାର ଏବଂ ଓଡ଼ିଶାର ଯାତ୍ରୀମାନେ ଉପକୃତ ହେବେ ।

ସୂଚନାଯୋଗ୍ୟ, ଗତକାଲି ଭୁବନେଶ୍ୱର-ବିଶାଖାପଟନମ ବନ୍ଦେ ଭାରତ ଏକ୍ସପ୍ରେସ୍‍ର ଭୁବନେଶ୍ୱର ରେଳଷ୍ଟେସନ୍‍ ଠାରେ ଟ୍ରାଏଲ ରନ୍‍ ଶେଷ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୧୨ ତାରିଖ ଦିନ ଏହି ଟ୍ରେନ୍‍ ଚଳାଚଳର ଶୁଭାରମ୍ଭ କରିବାର କାର୍ଯ୍ୟସୂଚୀ ରହିଛି ।

Get real time updates directly on you device, subscribe now.