fbpx

“ଲାଭ” ଯୋଜନାର ଶୁଭାରମ୍ଭ: ଜାଣନ୍ତୁ, ଏଥିରେ ମିଳିବ କେଉଁ ସବୁ ଫାଇଦା

ଓଡ଼ିଶା ଭାସ୍କର: ଆଜି “ଲାଭ” ଯୋଜନାର ଶୁଭାରମ୍ଭ କରିଛନ୍ତି ରାଜ୍ୟ ସରକାର। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସମ୍ମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା କାର୍ୟ୍ୟାଳୟରେ ଏହି ଯୋଜନାର ଶୁଭାରମ୍ଭ ହୋଇଥିବା ଦେଖିବାକୁ ମିଳିଛି। ଉପଜିଲ୍ଲାପାଳ ଡକ୍ଟର ରୀନା ପ୍ରଧାନ ସବୁଜ ପତାକା ଦେଖାଇ ଏକ ସଚେତନତା ରଥର ଶୁଭାରମ୍ଭ କରିଛନ୍ତି। ଏସଏଚଜି ମହିଳାମାନଙ୍କୁ ଏହି ଯୋଜନା ସମ୍ପର୍କ ଅବଗତ କରାଯାଇଛି। ଏହି ନୂଆ ଯୋଜନା ଫଳରେ ରାଜ୍ୟର ଆଦିବାସୀ ସମ୍ପ୍ରଦାୟର ମହିଳାମାନେ ଉପକୃତ ହେବେ ବୋଲି କୁହାଯାଇଛି। ତେବେ ମହିଳାଙ୍କୁ ସଶକ୍ତ ଓ ସମୃଦ୍ଧ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପକୁ ଉପଜିଲ୍ଲାପାଳ ଓ ସ୍ୱୟଂ ସହାୟିକା ଗୋଷ୍ଠୀ ମହିଳା ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଛନ୍ତି।

ସୂଚନା ଥାଉକି, ‘LAVA’ ଅର୍ଥାତ ଲଘୁ ବନ୍ୟଜାତ ଦ୍ରବ୍ୟ କ୍ରୟ ଯୋଜନା। ”ଲାଭ” -ଲଘୁ ବନ୍ୟଜାତ ଦ୍ରବ୍ୟ କ୍ରୟ ଯୋଜନା ପାଇଁ ରାଜ୍ୟ ସରକାର ଶତ ପ୍ରତିଶତ ଫଣ୍ଡିଂ କରୁଛନ୍ତି। ଯୋଜନା ପାଇଁ ଶହେ କୋଟିର ବ୍ୟୟ ବରାଦ କରାଯାଇଛି। ଏଥି ସହିତ ପ୍ରଥମ ଥର ପାଇଁ ଲଘୁ ବନଜାତ ଦ୍ରବ୍ୟ ଉପରେ ରାଜ୍ୟ ସରକାର ଏମଏସପି ଧାର୍ୟ୍ୟ କରିବେ। ପ୍ରତିବର୍ଷ ସର୍ବନିମ୍ନ ସପୋର୍ଟ ପ୍ରାଇସ୍ ନିର୍ଣ୍ଣୟ କରାଯିବ। ତେବେ ଜନଜାତି ବହୁଳ ରାଜ୍ୟର ୧୧୯ଟି ବ୍ଲକରେ ଏହି ଯୋଜନାରେ ଲାଭ ନେଇପାରିବେ ମହିଳା। ଏହି ଯୋଜନା ମାଧ୍ୟମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ,ବନ ସୁରକ୍ଷା ସମିତି,ବନ ଧନ ବିକାଶ କେନ୍ଦ୍ର ଇତ୍ୟାଦି ମାନଙ୍କୁ ପ୍ରାଥମିକ କ୍ରୟ ସଂସ୍ଥା ରୂପେ ନିୟୋଜନ କରାଯିବ। ଅନଲାଇନ୍ L-PASS ମାଧ୍ୟମରେ ଆଦିବାସୀ ଓ ସ୍ଥାନୀୟ ସଂଗ୍ରହକାରୀଙ୍କ ଠାରୁ ଲଘୁ ବନଜାତ ଦ୍ରବ୍ୟ ସରକାରଙ୍କ ଧାର୍ୟ୍ୟ ମୂଲ୍ୟରେ କ୍ରୟ କରାଯିବ। ସଂଗ୍ରହକାରୀଙ୍କ ଉଚିତ୍ ମୂଲ୍ୟ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯିବ।

 

Get real time updates directly on you device, subscribe now.