fbpx

ହେମନ୍ତ ସୋରେନଙ୍କୁ ମିଳିଲା ଜାମିନ, ଝାଡ଼ଖଣ୍ଡ ହାଇକୋର୍ଟଙ୍କ ବଡ଼ ଶୁଣାଣି

Advertisement

ନୂଆଦିଲ୍ଲୀ: ବର୍ତ୍ତମାନ ଝାଡଖଣ୍ଡ ହାଇକୋର୍ଟ ବଡ଼ ଶୁଣାଣି କରିଛନ୍ତି । ପୋଲିସ ହେପାଜତରେ ଥିବା ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଜାମିନ ମିଳିଛି । ଜମି ଦୁର୍ନୀତି ମାମଲାରେ ହେମନ୍ତ ସୋରେନଙ୍କ ଜାମିନ ପିଟିସନକୁ ନେଇ ୧୩ ଜୁନରେ ଶୁଣାଣି ଶେଷ ହୋଇଥିଲା । ତେବେ ଆଜି ହାଇକୋର୍ଟ ଏହି ମାମଲାର ରାୟ ଶୁଣାଣି କରି ହେମନ୍ତ ସୋରେନଙ୍କୁ ଜାମିନ ପ୍ରଦାନ କରିଛନ୍ତି ।

ସୂଚନାନୁଯାୟୀ, ଝାଡଖଣ୍ଡ ହାଇକୋର୍ଟ ହେମନ୍ତ ସୋରେନଙ୍କୁ ଜମି ଦୁର୍ନୀତି ମାମଲା ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଜାମିନ ପ୍ରଦାନ କରିଛନ୍ତି । କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ଇଡି ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ନେତା ସୋରେନଙ୍କୁ ୩୧ ଜାନୁଆରୀରେ ଗିରଫ କରିଥିଲେ ।

ସେବେଠାରୁ ସେ ଇଡି ହେପାଜତରେ ହିଁ ମୁଖ୍ୟମନ୍ତ୍ରୀ ପଦବୀରୁ ଇସ୍ତଫା ଦେଇଥିଲେ ଏବଂ ତାଙ୍କ ପଦବୀ ଚମ୍ପାଇ ସୋରେନଙ୍କୁ ହସ୍ତାନ୍ତର କରାଯାଇଥିଲା । ଏହାପରେ ତାଙ୍କ ସ୍ତ୍ରୀ କଳ୍ପନା ସୋରେନ ପାର୍ଟୀର କାର୍ଯ୍ୟକୁ ତଦାରଖ କରନ୍ତି । ବର୍ତ୍ତମାନ ଝାଡଖଣ୍ଡରେ ବିଧାନସଭା ନିର୍ବାଚନ ପୂର୍ବରୁ ହେମନ୍ତ ସୋରେନଙ୍କୁ ଜାମିନ ମିଳିବା ପାର୍ଟୀ ପାଇଁ ଏକ ବଡ଼ ଆଶ୍ୱସ୍ତି ।

 

Get real time updates directly on you device, subscribe now.