ମାତ୍ର ୧୧ ଟଙ୍କାରେ ମିଳିବ ଅନଲିମିଟେଡ ଡାଟା, ମୁକେଶ ଅମ୍ବାନୀ Jio ୟୁଜର୍ସଙ୍କୁ ଦେଲେ ବଡ଼ ଉପହାର
ରିଲାଏନ୍ସ ଜିଓର ବଡ଼ ଉପହାର, ମାତ୍ର ୧୧ ଟଙ୍କାରେ ଦେଉଛି ଅନଲିମିଟେଡ ଡାଟା
ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ପାଖରେ ପ୍ରିପେଡ ୟୁଜର୍ସଙ୍କ ପାଇଁ ଏକ ଏଭଳି ଶାନଦାର ରିଚାର୍ଜ ପ୍ଲାନ ଅଛି, ଯାହା ବହୁତ କମ୍ ମୂଲ୍ୟରେ ଅନଲିମିଟେଡ ଡାଟାର ଫାଇଦା ଦେବ। ଏହି ଶସ୍ତା ପ୍ଲାନର ମୂଲ୍ୟ ମାତ୍ର ୧୧ ଟଙ୍କା। ଏହି ପ୍ଲାନ କମ୍ପାନୀର ଅଫିସିଆଲ ସାଇଟ ଏବଂ କମ୍ପାନୀର ମାଇଁ ଜିଓ ଆପରେ ମଧ୍ୟ ଲିଷ୍ଟ ଅଛି।
ଜିଓ ୧୧ ପ୍ଲାନର ଡିଟେଲ୍ସ: ୧୧ ଟଙ୍କିଆ ରିଲାଏନ୍ସ ଜିଓ ପ୍ଲାନ ସହ କମ୍ପାନୀ ପକ୍ଷରୁ ପ୍ରିପେଡ ୟୁଜର୍ସଙ୍କୁ ଅନଲିମିଟେଡ ଡାଟାର ଫାଇଦା ଦିଆଯାଇଥାଏ। କମ୍ପାନୀ ଏହି ପ୍ଲାନରେ ବେଶିକ ଅନଲିମିଟେଡ ଡାଟା ଦେବାର ପ୍ରତିଜ୍ଞା କରିଛ। କିନ୍ତୁ ଆପଣଙ୍କୁ ଏହି ପ୍ଲାନରେ ୧୦ ଜିବିର ଏଫୟୁପି ଲିମିଟ ସହ ମିଳିବ।
ଜିଓ ୧୧ ପ୍ଲାନର ଭାଲିଡିଟି: ବୈଧତା କଥା ଆଲୋଚନା କରିବାକୁ ଗଲେ, ୧୧ ଟଙ୍କିଆ ଏହି ପ୍ଲାନର ଭ୍ୟାଲିଡିଟି କେବଳ ୧ ଘଣ୍ଟାର। ଏହାତ ଅର୍ଥ ଯଦି ଆପଣଙ୍କୁ ଅଧିକ କାମ ଅଛି ଏବଂ ଆପଣଙ୍କୁ ଇଣ୍ଟରନେଟର ଆବଶ୍ୟକତା ଅଛି, ତେବେ ଆପଣଙ୍କୁ ଏହି ଶସ୍ତା ପ୍ଲାନ ପସନ୍ଦ ଆସିବ।
ଏହି ପ୍ଲାନରେ କେବଳ ଆପଣଙ୍କୁ ଡାଟାର ସୁବିଧା ମିଳିବ। ଏଥିରେ ଆପଣଙ୍କୁ କଲିଂ ବା ଏସଏମଏସର ସୁବିଧା ମିଳିବ ନାହିଁ। ଏହି ପ୍ଲାନକୁ କିଣିବା ପୂର୍ବରୁ ଆପଣଙ୍କୁ ଜିଓ ନମ୍ବରରେ ଆକ୍ଟିଭ ହେବା ଆବଶ୍ୟକ। ୧୦ ଜିବି ଡାଟା ଲିମିଟ ପୂରଣ ହେବା ପରେ ପ୍ଲାନରେ ହାଇସ୍ପିଡକୁ କମ କରି 64kbps କରି ଦିଆଯିବ।