fbpx

Jio-Airtel-Vi: ସମସ୍ତ କମ୍ପାନୀ ବଢ଼ାଇ ଦେଲେ ପ୍ଲାନ, ଜାଣନ୍ତୁ ଆପଣଙ୍କ ପାଇଁ କେଉଁଟି ଶସ୍ତା ଆଉ ବେଷ୍ଟ

ବର୍ତ୍ତମାନ ସମୟରେ ଗ୍ରାହକଙ୍କ ପାଇଁ ପ୍ରିପେଡ୍ ଟାରିଫ୍ ପ୍ଲାନ ମହଙ୍ଗା ହୋଇଯାଇଛି । ଭାରତୀ ଏୟାରଟେଲ, ଭୋଡାଫୋନ ଆଇଡିଆ ଓ ରିଲାୟନ୍ସ ଜିୟୋ ପରି ଟେଲିକମ କମ୍ପାନୀମାନେ ନିଜ ନିଜର ରେଟ୍ ବୃଦ୍ଧି କରିଛନ୍ତି । ଗତ ୧ ତାରିଖଠାରୁ ଏହି ସମସ୍ତ ପ୍ଲାନ ମହଙ୍ଗା ହୋଇଯାଇଛି । ଭୋଡାଫୋନ ଗତ ମାସ ୨୫ ତାରିଖରେ ଓ ଏୟାରଟେଲ ୨୬ ତାରିଖରେ ନିଜର ରେଟ୍ ବୃଦ୍ଧି ନେଇ ଘୋଷଣା କରିଥିଲେ । ତେବେ ଏପରି ସ୍ଥିତିରେ ଗ୍ରାହକମାନେ ସମସ୍ତ କମ୍ପାନୀର ପ୍ଲାନକୁ ବୁଝି ବିଚାରି ବ୍ୟବହାର କଲେ ଅଯଥା ଖର୍ଚ୍ଚାନ୍ତରୁ ମୁକ୍ତି ପାଇପାରିବେ ।

Reliance Jio: ରିଲାୟନ୍ସ ଜିଓ ୨୮ ଦିନଠାରୁ ଆରମ୍ଭ କରି ୩୬୫ ଦିନ ପର୍ଯ୍ୟନ୍ତ ସମସ୍ତ ପ୍ଲାନକୁ ରିଭାଇଜ୍ କରିଛି । ୨୮ ଦିନ ପାଇଁ ଭାଲିଡିଟି ରହୁଥିବା ୭୫ ଟଙ୍କିଆ ପ୍ଲାନ ବଢ଼ି ୯୧ ଟଙ୍କା ହୋଇଯାଇଛି । ୧୨୯ ଟଙ୍କାରୁ ଆରମ୍ଭ ହେଉଥିବା ଅନଲିମିଟେଡ ଡାଟା ପ୍ଲାନରେ ଏବେ ୨୮ ଦିନ ଭାଲିଡିଟି ସହ ୨ ଜିବି ଡାଟା ମିଳିବ, ଯାହାକି ୧୫୫ ଟଙ୍କା ହୋଇଯାଇଛି । ୨୪ ଦିନ ପାଇଁ ୧ ଜିବି ଦୈନିକ ଡାଟା ମିଳୁଥିବା ୧୪୯ ଟଙ୍କିଆ ପ୍ଲାନ ବଢ଼ି ୧୭୯ ଟଙ୍କା ହୋଇଯାଇଛି ।

Bharti Airtel: ପୂର୍ବରୁ ଏୟାରଟେଲର ୨୮ ଦିନିଆ ଭାଲିଡିଟି ଥିବା ଶସ୍ତା ପ୍ଲାନ ୭୯ ଟଙ୍କା ଥିଲା, ଏବେ ତାହା ୯୯ ଟଙ୍କା ହୋଇଯାଇଛି । ୧୪୯ ଟଙ୍କିଆ ରିଚାର୍ଜ ପାଇଁ ଏବେ ୧୭୯ ଦେବାକୁ ହେବ । ଏଥିରେ ଅନଲିମିଟେଡ କଲିଂ, ଦୈନିକ ୧୦୦ ଏସଏମଏସ ଓ ମାସିକ ୨ ଡିଜି ଡାଟା ମିଳୁଛି । ୨୧୯ ଟଙ୍କିଆ ରିଚାର୍ଜ ପ୍ଲାନ ୨୬୫, ୨୪୯ ଟଙ୍କିଆ ୨୯୯, ଓ ୨୯୮ ଟଙ୍କିଆ ୩୫୯ ଟଙ୍କାକୁ ବଢ଼ିଯାଇଛି ।

Vodafone Idea: ଭୋଡାଫୋନର ୨୮ ଦିନିଆ ପ୍ଲାନ ପୂର୍ବରୁ ୭୯ ଟଙ୍କା ଥିଲା, ଏବେ ତାହା ୯୯ ଟଙ୍କା ହୋଇଯାଇଛି । ୧୪୯ ଟଙ୍କିଆ ରିଚାର୍ଜ ପ୍ଲାନ ୧୭୯, ୨୧୯ ଟଙ୍କିଆ ୨୬୯, ୨୪୯ ଟଙ୍କିଆ ୨୯୯, ୨୯୯ ଟଙ୍କିଆ ୩୫୯, ୩୯୯ ଟଙ୍କିଆ ୪୭୯, ୪୪୯ ଟଙ୍କିଆ ୫୩୯ ଟଙ୍କାକୁ ବଢ଼ି ଯାଇଛି ।

Get real time updates directly on you device, subscribe now.