JIO vs Airtel… କେଉଁଥିରେ ଅଧିକ ଫାଇଦା? କମ୍ ଟଙ୍କାରେ ଅଧିକ ଫାଇଦା ଦେଉଛି ଏହି କମ୍ପାନୀ
ୟୁଜରଙ୍କ ପାଇଁ ଶସ୍ତାରେ ଅଧିକ ଫାଇଦା ଦେଉଛି ଏହି କମ୍ପାନୀ, ଜାଣନ୍ତୁ ଜିଓ-ଏୟାରଟେଲର ରିଚାର୍ଜ ପ୍ଲାନ
ଓଡ଼ିଶା ଭାସ୍କର: ଏୟାରଟେଲ ବର୍ତ୍ତମାନ ଦେଶର ଦ୍ୱିତୀୟ ଲୋକପ୍ରିୟ ଟେଲିକମ୍ କମ୍ପାନୀ ପାଲଟିଛି । ଜିଓ ତାଲିକାର ଶୀର୍ଷରେ ଥିବା ବେଳେ ଉଭୟଙ୍କ ରିଚାର୍ଜ ପ୍ଲାନକୁ ନେଇ ଦ୍ୱନ୍ଦ୍ୱରେ ରହିଛନ୍ତି ୟୁଜର ।
ଅନଲିମିଟେଡ କଲିଂ ଏବଂ ଡାଟା ସହିତ ଅନ୍ୟାନ୍ୟ ସୁବିଧା ପାଇଁ ୟୁଜର କାହାକୁ ବାଛିବେ, ସେ ନେଇ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି । ୟୁଜରଙ୍କୁ ଆକୃଷ୍ଟ କରିବା ପାଇଁ ଜିଓ ଏବଂ ଏୟାରଟେଲ ମଧ୍ୟରେ ବର୍ତ୍ତମାନ ପ୍ରତିଦ୍ୱନ୍ଦିତା ଚାଲିଛି ।
Airtelର ୩୭୯ ପ୍ଲାନ: ମାତ୍ର ୩୭୯ ଟଙ୍କାର ରିଚାର୍ଜ ପ୍ଲାନରେ ଏୟାରଟେଲ ୟୁଜରଙ୍କୁ ଦମଦାର ସୁବିଧା ଯୋଗାଇ ଦେଉଛି । ଏହି ପ୍ଲାନରେ ୧ ମାସର ଭ୍ୟାଲିଡିଟି ସହିତ ୟୁଜର ଅନେକ ପ୍ରକାରର ଫାଇଦା ପାଇପାରିବେ ।
ଏହି ପ୍ଲାନରେ ୟୁଜର ଅନଲିମିଟେଡ ଭଏସ କଲିଂ ପାଇବା ସହିତ ଦୈନିକ ୧୦୦ SMS ପାଇପାରିବେ । ଏହାବ୍ୟତୀତ ଦୈନିକ 2GB ଡାଟା ୟୁଜର ଉପଭୋଗ କରିପାରିବେ ।
ସେହିପରି ସ୍ପାମ ପ୍ରୋଟେକ୍ସନ ଏବଂ ଆପୋଲୋ ୨୪*୭ ସର୍କଲ ଭଳି ଏୟାରଟେଲ ଥ୍ୟାଙ୍କସ ଅଫର ମଧ୍ୟ ପ୍ରଦାନ କରାଯାଉଛି । ଏହି ପ୍ଲାନ ସହ କମ୍ପାନୀ ଅନଲିମିଟେଡ 5G ମଧ୍ୟ ଦେଇଥାଏ ।
AI ସ୍ପାମ ପ୍ରୋଟେକ୍ସନ: ଏୟାରଟେଲ୍ ଏଆଇ (ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ) ସ୍ତରକୁ ଏକୀକୃତ କରି ଏହାର ଉପଭୋକ୍ତାମାନଙ୍କ ସୁରକ୍ଷାକୁ ବୃଦ୍ଧି କରିଛି । ଏହା ସହିତ ସ୍ପାମ୍ କଲ୍ ଏବଂ ବାର୍ତ୍ତା ବିଷୟରେ ସୂଚନା ଆଗରୁ ଉପଲବ୍ଧ ରହିଛି ।
JIO ୨୮ ଦିନର OTT ରିଚାର୍ଜ: ଜିଓର ୨୮ ଦିନ ରିଚାର୍ଜ ଯୋଜନା ୪୪୮ ଟଙ୍କା ମୂଲ୍ୟରେ ବ୍ୟବହାରକାରୀଙ୍କୁ ୨୮ ଦିନ ପାଇଁ ଦୈନିକ 2GB ପ୍ରଦାନ କରିଥାଏ । ଏଥିରେ, ଆପଣ ପ୍ରତିଦିନ ଅସୀମିତ କଲିଂ ଏବଂ ୧୦୦ ଟି SMSର ଲାଭ ପାଇବେ ।
ଏଥିରେ ଅସୀମିତ 5G ଇଣ୍ଟରନେଟ ମଧ୍ୟ ପାଇବେ ୟୁଜର । ଏହା ବ୍ୟତୀତ ଗ୍ରାହକମାନେ ବିଭିନ୍ନ ଓଟିଟି ସୁବିଧା ଉପଭୋଗ କରିପାରିବେ ।