fbpx

SC-ST ବିଭାଗରେ ନିଯୁକ୍ତି ସୁଯୋଗ: ଜୁଲାଇ ୩୦ ଆବେଦନର ଅନ୍ତିମ ତାରିଖ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚାକିରି ସନ୍ଧାନରେ ରହିଥିବା ରାଜ୍ୟର ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ରାଜ୍ୟ ସରକାର ଅନୁସୂଚିତ ଜାତି (ଏସସି) ଓ ଅନୁସୂଚିତ ଜନଜାତି (ଏସଟି) ଗବେଷଣା ଓ ଟ୍ରେନିଂ ପ୍ରତିଷ୍ଠାନ (ଏସସିଏସଟିଆରଟିଆଇ)) ପକ୍ଷରୁ ଏନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରାର୍ଥୀଙ୍କୁ କାପାସିଟି ବିଲଡିଂ ଆଣ୍ଡ ଟ୍ରେନିଂ ଏକ୍ସପର୍ଟ ପଦରେ ନିଯୁକ୍ତି ଦିଆଯିବ । ‘ମୋ ଜଙ୍ଗଲ ଜମି ଯୋଜନା’ ସ୍କିମରେ ପ୍ରାର୍ଥୀମାନେ କାର୍ଯ୍ୟ କରିବେ ।

ପ୍ରାର୍ଥୀ ଯେ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ / ପ୍ରୋଫେସନାଲ ଆକାଡେମିକ୍ ଇନଷ୍ଟିଚ୍ୟୁସନରୁ ଆନ୍ଥରୋପୋଲୋଜି / ଟ୍ରାଇବାଲ ଷ୍ଟଡିଜ / ସୋସିଆଲ ୱାର୍କ / ଡେଭଲପମେଣ୍ଟ ଷ୍ଟଡିଜ / ରୁରାଲ ଡେଭଲପମେଣ୍ଟରେ ମାଷ୍ଟର ଡିଗ୍ରୀ କିମ୍ବା କରିଥିବା ଆବଶ୍ୟକ । ପ୍ରାର୍ଥୀଙ୍କର କମ୍ପ୍ୟୁଟର ଦକ୍ଷତା ରହିଥିବା ଆବଶ୍ୟକ । ପ୍ରାର୍ଥୀଙ୍କର କାପାସିଟି ଓ ବିଲଡିଂ ଟ୍ରେନିଂ ସଂସ୍ଥାରେ ଏବଂ ଏସସି ଆଣ୍ଡ ଏସଟି କମ୍ପ୍ୟୁନିଟି ସମେତ ସରକାରୀ ସ୍କିମ, କାର୍ଯ୍ୟକ୍ରମରେ ଅତିମରେ ୧୦ ବର୍ଷର କାର୍ଯ୍ୟ ଅଭିଜ୍ଞତା ରହିଥିବା ଆବଶ୍ୟକ ।

୨୦୨୪ ମସିହା ଜାନୁଆରୀ ମାସ ପହିଲା ସୁଦ୍ଧା ପ୍ରାର୍ଥୀଙ୍କର ବୟସ ୩୫ରୁ ୬୦ ବର୍ଷ ମଧ୍ୟରେ ରହିଥିବା ଆବଶ୍ୟକ । ପ୍ରାର୍ଥୀଙ୍କର କାର୍ଯ୍ୟ ଅଭିଜ୍ଞତା ଓ ଦକ୍ଷତା ଆଧାରରେ ବୟସ କୋହଳ କରାଯିବ । ପ୍ରାର୍ଥୀଙ୍କୁ ମାସିକ ୭୫ ହଜାର ଟଙ୍କା ବେତନ ଆକାରରେ ପ୍ରଦାନ କରାଯିବ । ପ୍ରାର୍ଥୀମାନେ ଏଥିରେ ଆବେଦନ କରିବାକୁ ତଳେ ଦିଆଯାଇଥିବା ଆପ୍ଲିକେସନ ଫର୍ମକୁ ଡାଉନଲୋଡ୍ କରିପାରିବେ । ଜୁଲାଇ ମାସ ୩୦ ତାରିଖ ସୁଦ୍ଧା ପ୍ରାର୍ଥୀମାନେ ନିମ୍ନରେ ପ୍ରଦତ୍ତ ଠିକଣାରେ ନିଜ ନିଜର ଆପ୍ଲିକେସନ ପଠାଇ ପାରିବେ ।

ବିଜ୍ଞପ୍ତି ଲିଙ୍କ: https://www.scstrti.in/images/current/tender/No-2138-ToR-for-CB-T-Expert.pdf

Get real time updates directly on you device, subscribe now.