fbpx

ଇସରାଏଲ ଉପରେ ମିସାଇଲ୍ ଆକ୍ରମଣ ପରେ G7 ନେତାଙ୍କ ସହ କଥାବାର୍ତ୍ତା ହେଲେ ଜୋ ବାଇଡେନ୍‌, କହିଲେ ଇରାନ୍ ଉପରେ ଲାଗିବ ନୂତନ କଟକଣା

ନୂଆଦିଲ୍ଲୀ: ଭୟଙ୍କର ହେଉଛି ଇରାନ୍‌-ଇସରାଏଲ ଲଢ଼େଇ । ଚାରିଆଡ଼େ ହାହାକାର, ଭୟରେ ଥରୁଛନ୍ତି ଲୋକେ । ଇସରାଏଲ ଉପରେ ଇରାନର ଆକ୍ରମଣକୁ ନେଇ ସବୁ ମହଲରୁ କଡ଼ା ନିନ୍ଦା କରାଯାଉଛି । ଏଥିମଧ୍ୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ସ୍ପଷ୍ଟ କରିଛନ୍ତି କି ଇସରାଏଲର ସୁରକ୍ଷାକୁ ନେଇ ଆମେରିକା ପ୍ରତିବଦ୍ଧ । ଏହି ମିସାଇଲ୍ ଆକ୍ରମଣକୁ ନେଇ G7 ଦେଶର ନେତାଙ୍କ ସହ କଥାବାର୍ତ୍ତା ହୋଇଥିଲେ ବାଇଡେନ୍ । ଏହା ପରେ ଇରାନ୍ ଉପରେ ନୂତନ ପ୍ରତିବନ୍ଧ ଲଗାଯିବା ନେଇ ନିଷ୍ପତ୍ତି ହୋଇଥିଲା ।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ‘ଏକ୍ସ’ରେ ଏକ ପୋଷ୍ଟ ଶେୟାର କରି ଲେଖିଛନ୍ତି, ‘ମୁଁ G7ନେତାଙ୍କ ସହ ଫୋନରେ କଥାବାର୍ତ୍ତା ହୋଇଥିଲି । ଇସରାଏଲ ଉପରେ ଇରାନର ଆକ୍ରମଣ ଏବଂ ଇରାନ୍ ଉପରେ ପ୍ରତିବନ୍ଧ ଲଗାଯିବା ବିଷୟରେ ଚର୍ଚ୍ଚା ହୋଇଥିଲା । ଇସରାଏଲର ସୁରକ୍ଷା ପାଇଁ ଆମେରିକା ପ୍ରତିବଦ୍ଧ ।’

Get real time updates directly on you device, subscribe now.