fbpx

ବିବାହ ପୂର୍ବରୁ ଅପହରଣ, ୨୧ ଦିନ ପର୍ଯ୍ୟନ୍ତ ଦୁଷ୍କର୍ମ: ଗିରଫ ହେଲେ ବିଜେପି ନେତାଙ୍କ ଶଳା

ଯୁବତୀଙ୍କୁ ବିବାହ ପୂର୍ବରୁ କଲେ ଅପହରଣ, ୨୧ ଦିନ ଧରି କଲେ ଦୁଷ୍କର୍ମ । ଆଉ ଏବେ ଏହି ମାମଲାରେ ଗିରଫ ହେଲେ ବିଜେପି ନେତାଙ୍କ ଶଳା । ମଧ୍ୟପ୍ରଦେଶର ସିଙ୍ଗରୋଲୀ ଜିଲ୍ଲା ପୋଲିସ ବିଜେପି ସରାୟ ମଣ୍ଡଳ ଅଧ୍ୟକ୍ଷ କୋମଳ ଗୁପ୍ତା ଏବଂ ତାଙ୍କ ସଳା ଧର୍ମେନ୍ଦ୍ର ଗୁପ୍ତାଙ୍କ ବିରୋଧରେ ବଳାକ୍ରାର ଏବଂ ଅପହରଣ ମାମଲା ରୁଜୁ ହୋଇଛି । ପୋଲିସ ଅନୁଯାୟୀ ଅଭିଯୁକ୍ତ ଜଣେ ୨୧ ବର୍ଷୀୟ ଯୁବତୀଙ୍କ ବିବାହର ତିନି ଦିନ ପୂର୍ବରୁ ୨୭ ଜାନୁଆରୀରେ ତାଙ୍କ ଘର ସାମ୍ନାରୁ ତାଙ୍କୁ ଅପହରଣ କରିଥିଲେ ।

ଯୁବତୀଙ୍କ ପରିବାର ଲୋକ ଘଟଣା ଦିନ ଥାନାରେ ମାମଲା ରୁଜୁ କରିଥିଲେ ଏବଂ ୧୯ ଫେବୃଆରୀରେ ବାଲାଘାଟରୁ ଉଦ୍ଧାର କରାଯାଇଥିଲା । ପୀଡ଼ିତା ତାଙ୍କ ବୟାନରେ କହିଛନ୍ତି ଧର୍ମେନ୍ଦ୍ର ଗୁପ୍ତା ଏବଂ କୋମଲ ଗୁପ୍ତା ତାଙ୍କୁ ଜବରଦସ୍ତି କିଛି ନିଶା ପଦାର୍ଥ ଶୁଙ୍ଘାଇଥିଲେ  ଏବଂ ଘର ବାହାରୁ ତାଙ୍କର ଅପହରଣ କରିଥିଲେ । ସେ ଆହୁରି କହିଛନ୍ତି ତାଙ୍କୁ ଅଧା ବାଟରେ ହୋସ ଆସିଥିଲା ଜବଲପୁର ଠାରୁ କୋମଲ ଗୁପ୍ତା ଧର୍ମେନ୍ଦ୍ର ଗୁପ୍ତାଙ୍କ ଠାରୁ ଅଲଗା ହୋଇଥିଲେ ଏହାପରେ ଧର୍ମେନ୍ଦ୍ର ଗୁପ୍ତା ତାଙ୍କୁ ତାଙ୍କ ମାଉସୀଙ୍କ ଘରକୁ ନେଇଯାଇଥିଲେ ଏବଂ ସେଠାରେ ବାରମ୍ବାର ଦୁଷ୍କର୍ମ କରିଥିଲେ ।

ସେପଟେ ପୋଲିସ ଅଧୀକ୍ଷକ ବିରେନ୍ଦ୍ର ସିଂହ କହିଛନ୍ତି ଯେ ମୁଖ୍ୟ ଅଭିଯୁକ୍ତ ଧର୍ମେନ୍ଦ୍ର ଗୁପ୍ତାକୁ ଗିରଫ କରାଯାଇଛି । ଏବେବି କୋମଲ ଗୁପ୍ତା ଫେରାର ଅଛି । ପୀଡ଼ିତା ଅଭିଯୋଗ କରିଛନ୍ତି ଯେ ତାଙ୍କ ସହ ବଳାକ୍ରାର କରାଯାଇଛି । ଉଭୟଙ୍କୁ ବିରୋଧରେ ଉଚିତ୍ କାର୍ଯ୍ୟାନୁଷ୍ଠାନ ନିଆଯିବ ଏବଂ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି । ବୋଲି କହିଛି ପୋଲିସ ।

Get real time updates directly on you device, subscribe now.