fbpx

ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଦିଆଯିବ ନିଯୁକ୍ତି: ଜୁନିୟର ଆସିଷ୍ଟାଣ୍ଟ, ଅଡିଟର, ଜିଏସଟି ଅଫିସର ପଦ ପୂରଣ ହେବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ସମସ୍ତ ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ସୁଯୋଗ । ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗରେ ଜୁନିୟର ଆସିଷ୍ଟାଣ୍ଟ, ଅଡିଟର, ଆସିଷ୍ଟାଣ୍ଟ ସିଟି ଓ ଜିଏସଟି ଅଫିସର, କୋଅପରେଟିଭ୍ ସୋସାଇଟିଜ୍ ଇନ୍ସପେକ୍ଟର ଆଦି ପଦ ପୂରଣ ହେବ । ଏନେଇ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି ।

ଏପ୍ରିଲ ମାସ ୫ ତାରିଖରୁ ଅନଲାଇନ୍ ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ ହୋଇ ମେ ୨ରେ ସମାପ୍ତ ହେବ । ଅନଲାଇନ୍ ଆପ୍ଲିକେସନ ସବମିସନ୍ ପାଇଁ ଅନ୍ତିମ ତାରିଖ ମେ ୫ ରହିଥିବା ବେଳେ ଅନଲାଇନ୍ ଆପ୍ଲିକେସନ ଫର୍ମ ସଂଶୋଧନ ପାଇଁ ମେ ୧୭ ଶେଷ ତାରିଖ ରିହଛି । ପ୍ରାର୍ଥୀଙ୍କୁ ଗ୍ରୁପ-ବି ଓ ଗ୍ରୁପ-ସି ପଦରେ ନିଯୁକ୍ତି ଦିଆଯିବ । ରାଜ୍ୟ ସରକାରଙ୍କ ମତ୍ସ୍ୟ ନିର୍ଦ୍ଦେଶାଳୟ, ଏଣ୍ଡୋମେଣ୍ଟ ଆୟୋଗ, ଜଳ ସମ୍ପଦ ଆଦି ବିଭାଗରେ ପଦ ପୂରଣ ହେବ ।

ପ୍ରଥମେ ୫୮୬ଟି ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ପରେ ଏହି ପଦ ସଂଖ୍ୟା ୫୯୫କୁ ବୃଦ୍ଧି ପାଇଥିଲା । ଏନେଇ ଓଏସଏସସି ପକ୍ଷରୁ ବିଜ୍ଞପ୍ତି ଜାରି ସୂଚନା ଦିଆଯାଇଥିଲା । ଚଳିତ ବର୍ଷ ଜାନୁଆରୀ ମାସ ପହିଲା ସୁଦ୍ଧା ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ୨୧ରୁ ୩୮ ବର୍ଷ ମଧ୍ୟରେ ରହିଥିବା ଆବଶ୍ୟକ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ କରାଯିବ । ପ୍ରାର୍ଥୀ ଯେ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ପାସ୍ କରିଥିବା ଆବଶ୍ୟକ । ଏଥିସହିତ ଇଣ୍ଟରନେଟ, କମ୍ପ୍ୟୁଟର, ୱାର୍ଡ ପ୍ରୋସେସିଂ କ୍ଷେତ୍ରରେ ପ୍ରାର୍ଥୀଙ୍କର ଜ୍ଞାନ ରହିଥିବା ଆବଶ୍ୟକ ।

Get real time updates directly on you device, subscribe now.