fbpx

ରେଳ କୋଚ ଫ୍ୟାକ୍ଟ୍ରୀରେ ହେବ ବମ୍ପର ପଦବୀରେ ନିଯୁକ୍ତି, ଏହିପରି କରନ୍ତୁ ଆବେଦନ

ନୂଆଦିଲ୍ଲୀ: ରେଳ କୋଚ ଫ୍ୟାକ୍ଟ୍ରୀ କପୁରଥଲା ପକ୍ଷରୁ ନୋଟିସ ଜାରି କରାଯାଇଛି । ଯାହା ଅନୁସାରେ ଅପ୍ରେଣ୍ଟିସ ପଦବୀରେ ନିଯୁକ୍ତି କରାଯିବ । ଏହି ଅଭିଯାନ ପାଇଁ ଅବେଦନ କରିବାକୁ ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ ସାଇଟ rcf.indianrailways.gov.inକୁ ଯାଇ ଆବେଦନ କରିପାରିବେ । ଏହି ଅଭିଯାନ ଜରିଆରେ ଭିନ୍ନ ଭିନ୍ନ ଟ୍ରେଡସ ପଦବୀରେ ନିଯୁକ୍ତି ଦିଆଯିବ । ତେବେ ଏଥିପାଇଁ ଆବେଦନ ପ୍ରୋସେସ ଚାଲୁ ରହିଛି । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ନିଯୁକ୍ତି ପାଇଁ ୦୯ ଏପ୍ରିଲ ୨୦୨୪ ପର୍ଯ୍ୟନ୍ତ ଅବେଦନ କରିପାରିବେ । ଏହା ବ୍ୟତୀତ ପ୍ରାର୍ଥୀମାନେ ନିମ୍ନରେ ଦିଆଯାଇଥିବା ଷ୍ଟେପକୁ ଫଲୋ କରିପାରିବେ ।

ଏହି ନିଯୁକ୍ତି ଅଭିଯାନ ରେଳ କୋଚ ଫ୍ୟାକ୍ଟ୍ରୀ କପୁରଥଲାରେ ସମୁଦାୟ ୫୫୦ ଅପ୍ରେଣ୍ଟିସ ପଦବୀକୁ ପୂରଣ କରିବ । ଏହି ନିଯୁକ୍ତି ଅଭିଯାନ ପାଇଁ ଆବେଦନ କରିବା ପାଇଁ ପ୍ରାର୍ଥୀ ଜଣଙ୍କୁ ୧୦ମ ବୋର୍ଡ ପରୀକ୍ଷାରେ ପାସ କରିଥିବା ଆବଶ୍ୟକ । ଏଥିସହ ପ୍ରାର୍ଥୀଙ୍କ ପାଖେ ଆଇଆଇଟୀ ସାର୍ଟିଫିକେଟ ରହିବା ଆବଶ୍ୟକ । ନିଯୁକ୍ତି ପାଇଁ ବୟସ ସୀମା ୧୫ ରୁ ୨୪ ବର୍ଷ ହୋଇଥିବା ଆବଶ୍ୟକ । ତେବେ ସରଂକ୍ଷିତ ପ୍ରାର୍ଥୀଙ୍କ ପାଇଁ ବୟସ ସୀମା ଛାଡ କରାଯାଇଛି ।

ଏହି ପଦବୀରେ ନିଯୁକ୍ତି ପ୍ରାର୍ଥୀଙ୍କ ଚୟନ ମେରିଟ ଲିଷ୍ଟ ଆଧାରରେ ହେବା । ମେରିଟ ଲିଷ୍ଟ କ୍ଲାସ ୧୦ମ ପରୀକ୍ଷାର ମାର୍କ ଏବଂ ଆଇଆଇଟି ଟ୍ରେଡ ସାର୍ଟିଫିକେଟ ମାର୍କକୁ ମିଶାଯାଇ ନିଷ୍ପତ୍ତି ନିଆଯିବ । ଆପ୍ଲାଏ କରିବାକୁ ଥିବା ପ୍ରାର୍ଥୀ ୧୦ମରେ ୫୦ ପ୍ରତିଶତ ମାର୍କ ରଖିଥିବା ଆବଶ୍ୟକ । ଏହି ନିଯୁକ୍ତି ଅଭିଯାନ ପାଇଁ ଆପ୍ଲାଏ କରିବା ଲାଗି ପ୍ରାର୍ଥୀଙ୍କୁ ୧୦୦ ଟଙ୍କା ଶୁଳ୍କ ଦେବାକୁ ପଡିବ ।

-ପ୍ରଥମତଃ ଆପ୍ଲାଏ କରିବା ଲାଗି ଅଫିସିଆଲ ୱେବସାଇଟକୁ ଯାଆନ୍ତୁ ।
-ହୋମ ପେଜରେ ଥିବା ସମ୍ଭାବିତ ଲିଙ୍କକୁ କ୍ଲିକ କରନ୍ତୁ ।
-ଅନଲାଇନ ଆବେଦନ ଫର୍ମ ପୂରଣ କରିବା ଲାଗି ନିଜର ରେଜିଷ୍ଟ୍ରେସନ କରନ୍ତୁ ।
-ଏଥିରେ ମଗାଯାଇଥିବା ଡିଟେଲ୍ସ ଦାଖଲ କରନ୍ତୁ ।
-ଏହାପରେ ଆବେଦନ ଶୁଳ୍କ ପେମେଣ୍ଟ କରନ୍ତୁ ।
-ଆବେଦନ ପତ୍ର ସବମିଟ କରନ୍ତୁ ।
-ଶେଷରେ ଫର୍ମ ଡାଉନଲୋଡ କରି ତାର ପ୍ରିଣ୍ଟ ଆଉଟ ବାହାର କରନ୍ତୁ ।

Get real time updates directly on you device, subscribe now.