fbpx

ଲାଞ୍ଚ ନେବା ବେଳେ ଧରାପଡ଼ିଲେ କନିଷ୍ଠ କିରାଣୀ

Advertisement

ନୟାଗଡ଼: ଲାଞ୍ଚ ନେବା ବେଳେ ଧରାପଡ଼ିଛନ୍ତି ସରକାରୀ କର୍ମଚାରୀ । ନୟାଗଡ଼ ଜିଲ୍ଲା ଟ୍ରେଜେରୀ କାର୍ଯ୍ୟାଳୟର କନିଷ୍ଠ ଷ୍ଟେନୋଗ୍ରାଫର ଦୁର୍ଗାପ୍ରସାଦ ମହାପାତ୍ର ଭିଜିଲାନ୍ସ ଜାଲରେ ପଡିଛନ୍ତି। ଜଣେ ଶିକ୍ଷକଙ୍କଠାରୁ ୪୮ ହଜାର ଲାଞ୍ଚ ଟଙ୍କା ନେବାବେଳେ ସେ ଧରାପଡ଼ିଛନ୍ତି । ୧୬୧ ଜଣ ଶିକ୍ଷକଙ୍କ ପରମାନେଣ୍ଟ ରିଟାୟାରମେଣ୍ଟ ଆକାଉଣ୍ଟ ନମ୍ବର (ପିଆରଏଏନ) ଖୋଲି ଦେବା ପାଇଁ ଜୁନିୟର ଷ୍ଟେନୋଗ୍ରାଫର ଦୁର୍ଗା ପ୍ରସାଦ ମହାପାତ୍ର ଲାଞ୍ଚ ମାଗିଥିଲେ। ଶିକ୍ଷକଙ୍କ ପିଛା ୩୦୦ ଟଙ୍କା ଦେବାକୁ ସେ କହିଥିଲେ। ଲାଞ୍ଚ ନ ଦେଲେ କାମ ହେବ ନାହିଁ ବୋଲି କହିଥିଲେ।

ଶିଖରପୁର ହାଇସ୍କୁଲର ଶିକ୍ଷୟିତ୍ରୀ ମୈତ୍ରୀ ଆଚାର୍ଯ୍ୟ ଏ ନେଇ ନୟାଗଡ଼ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଭିଜିଲାନ୍ସର ଯୋଜନା ମୁତାବକ ମୈତ୍ରୀ ଆଚାର୍ଯ୍ୟ ଆଜି ଜୁନିୟର ଷ୍ଟେନୋଗ୍ରାଫର ଦୁର୍ଗା ପ୍ରସାଦ ମହାପାତ୍ରଙ୍କୁ ଟଙ୍କା ଦେଇଥିଲେ। ଏହି ସମୟରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇ ଦୁର୍ଗା ପ୍ରସାଦ ମହାପାତ୍ରଙ୍କୁ ଧରାଯାଇଥିଲା।ଦୁର୍ଗାପ୍ରସାଦ ମହାପାତ୍ରଙ୍କୁ ଗିରଫ କରିବା ପରେ ନୟାଗଡ଼ ତ୍ରିନାଥ ଛକ ସ୍ଥିତ ତାଙ୍କ ସରକାରୀ ବାସଭବନ ସମେତ ମୋଟ ୨ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ସେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ସନ୍ଦେହରେ ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ାଉ କରାଯାଇଛି।

Get real time updates directly on you device, subscribe now.