ଇତିହାସ ରଚିଲେ କୃଷକଙ୍କ ଝିଅ ରୁପାଲ, ଜୁନିୟର ବିଶ୍ୱ ଆଥଲେଟିକ ଚାମ୍ପିଅନଶିରେ ପ୍ରଥମ ଭାରତୀୟ ଆଥଲେଟ ଭାବେ ଜିତିଲେ ୨ଟି ପଦକ
କେଲି: ଭାରତୀୟ ମହିଳା ଆଥଲେଟ ରୁପାଲ ଚୌଧୁରୀ ଏଠାରେ ଅନୁଷ୍ଠିତ ୨୦ ବର୍ଷରୁ କମ ବିଶ୍ୱ ଆଥଲେଟିକ ଚାମ୍ପିଅନଶିପରେ ରଚିଲେ ନୂଆ ଇତିହାସ । ପ୍ରଥମ ଭାରତୀୟ ଆଥଲେଟ ଭାବେ ଏହି ବିଶ୍ୱ ଚାମ୍ପିଅନଶିରେ ଜିତିଲେ ଦୁଇ ପଦକ । ପୂର୍ବରୁ ଅନ୍ୟ କୌଣସି ଭାରତୀୟ ଆଥଲେଟ ଏହି ଚାମ୍ପିଅନଶିରେ ଦୁଇ ପଦକ ଜିତି ପାରି ନ ଥିଲେ । ରୁପାଲ ପ୍ରଥମ ଭାରତୀୟ ଆଥଲେଟ ଭାବେ ମହିଳା ୪ଗୁଣା ୪୦୦ ମିଟର ରିଲେ ଇଭେଣ୍ଟରେ ରୌପ୍ୟ ଓ ୪୦୦ ମିଟର ରେସରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଏହି ଦୂରତ୍ୱକୁ ରୁପାଲ ୫୧.୮୫ ସେକେଣ୍ଡରେ ଅତିକ୍ରମ କରି ତୃତୀୟ ସ୍ଥାନ ପାଇ ଥିବା ବେଳେ ଗ୍ରେଟ ବ୍ରିଟେନର ୟେମି ମେରୀ ଜନ ୫୧.୫୦ ସେକେଣ୍ଡ ସମୟ ନେଇ ପ୍ରଥମ ସ୍ଥାନ ସହିତ ସ୍ୱର୍ଣ୍ଣ ପଦକ ହାସଲ କରି ଥିବା ବେଳେ କେନିୟାର ଡାମାରିସ ମୁତୁଙ୍ଗା ୫୧.୭୧ ସେକେଣ୍ଡରେ ଏହି ଦୂରତ୍ୱ ଅତିକ୍ରମ କରିବା ସହ ରୌପ୍ୟ ପଦକ ପାଇଛନ୍ତି ।
ସୂଚନା ଯୋଗ୍ୟ ଯେ ଭାରତର ଅନ୍ୟତମ ମହିଳା ଆଥଲେଟ ହୀମା ଦାସ ୨୦୧୮ରେ ଫତନଲାଣ୍ଡରେ ଅନୁଷ୍ଠିତ ୨୦ ବଶଟ୍ଟରୁ କମ ବିଶ୍ୱ ଆଥଲେଟିକ୍ ଚାମ୍ପିଅନଶି ରେ ପ୍ରଥମ ଭାରତୀୟ ମହିଳା ଆଥଲେଟ ଭାବେ ୪୦୦ ମିଟର ରେସକୁ ୫୧.୪୬ ସେକେଣ୍ଡ ସମୟରେ ଅତିକ୍ରମ କରି ସ୍ୱର୍ଣ୍ଣ ପଦକ ଅକ୍ତିଆର କରିଥିଲେ । ସେହିରି ଚଳିତ ବିଶ୍ୱ ଚାମ୍ପିଅନଶିର ମହିଳା ୪ଗୁଣା ୪୦୦ମିଟର ରିଲେରେ ଭାରତୀୟ ଦଳ ଏସିଆ ଜୁନିୟର ରେକର୍ଡ ସହିତ ୩ ମିନିଟ ୧୭.୭୬ ସେକେଣ୍ଡ ସମୟ ନେଇ ଥିବା ବେଳେ ଆମେରିକା ଏହି ଇଭେଣ୍ଟରେ ପ୍ରଥମ ସ୍ଥାନ ସହିତ ସ୍ୱର୍ଣ୍ଣ ପଦକ ହାସଲ କରିଛି ।
ସୂଚନା ଯୋଗ୍ୟ ଯେ ୧୭ ବର୍ଷୀୟା ରୁାଲ ଚୌଧୁରୀ ଉତ୍ତର ପ୍ରଦେଶର ଶାହପୁର ଜୈନପୁର ଗ୍ରାମର ଏକ କୃଷକ ପରିବାରରେ ଜନ୍ମ ହୋଇ ନିଜର ନିଷ୍ଠା ବଳରେ ଜୁନିୟର ବିଶ୍ୱ ଆଥଲେଟିକ ଚାମ୍ପିଅନଶି ରେ ପ୍ରଥମ ଭାରତୀୟ ଆଥଲେଟ ଭାବେ ଦୁଇ ପଦକ ହାସଲ କରିଛନ୍ତି । ଚଳିତ ବର୍ଷ ଏଠାରେ ଅନୁଷ୍ଠିତ ଜାତୀୟ ୨୦ ବର୍ଷରୁ କମ ଫେଡେରେସନ କପ ଆଥଲେଟିକ ଚାମ୍ପିଅନଶିର ମହିଳା ୪୦୦ ମିଟର ଇଭେଣ୍ଟରେ କର୍ଣ୍ଣାଟକର ପ୍ରି-ରେସ ଫେବରିଟ୍ ପ୍ରିୟା ମୋହନଙ୍କୁ ପଛରେ ପକାଇ ସ୍ୱର୍ଣ୍ଣ ପଦକ ଅକ୍ତିଆର କରି ଥିଲେ । ରେସ ଇଣ୍ଟେରେ ଉଲ୍ଲେଖ ଯୋଗ୍ୟ ଯେ ଟୋକିଓ ଅଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ତଥା ନିକଟରେ ଆମେରିକାରେ ଅନୁଷ୍ଠିତ ବିଶ୍ୱ ଆଥଲେଟିକ ଚାମ୍ପିଅନଶିର ଜାଭେଲିନ ଥ୍ରୋରେ ରୌପ୍ୟ ପଦକ ଜିତି ଥିବା ନିରଜ ଚୋପ୍ରା ୨୦୧୬ରେ ପୋଲାଣ୍ଡରେ ଅନୁଷ୍ଠିତ ୨୦ ବର୍ଷରୁ କମ ବିଶ୍ୱ ଆଥଲେଟିକ ଚାମ୍ପିଅନଶିରେ ପ୍ରଥମ ଭାରତୀୟ ଆଥଲେଟ ଭାବେ ସ୍ୱର୍ଣ୍ଣ ପଦକ ଜିତି ଥିଲେ । ତେବେ ୨୦୨୧ରେ କେନିଆର ନାଇରୋବିରେ ଅନୁଷ୍ଠିତ ଜୁନିୟର ବିଶ୍ୱ ଆଥଲେଟିକ୍ ଚାମ୍ପିଅନଶିରେ ଭାରତ ୨ ରୌପ୍ୟ ଓ ୧ ବ୍ରୋଞ୍ଜ ପଦକ ପାଇ ଥିବା ବେଳେ ୨୦ ବର୍ଷରୁ କମ ବିଶ୍ୱ ଜୁନିୟର ଆଥଲେଟିକ୍ସ ଚାମ୍ପିଅନଶିରେ ଭାରତ ଆଜି ପର୍ଯ୍ୟନ୍ତ ମୋଟ ୯ ପଦକ ହାସଲ କରିଛି ।