fbpx

ଝାଡ଼ଖଣ୍ଡ ହାଇକୋର୍ଟର ନୂତନ CJ ଭାବେ ନିଯୁକ୍ତ ହେଲେ ଜଷ୍ଟିସ୍ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ

Advertisement

ରାଞ୍ଚି: ଝାଡ଼ଖଣ୍ଡ ହାଇକୋର୍ଟର ନୂତନ CJ ଭାବେ ଜଷ୍ଟିସ୍ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀଙ୍କୁ ନିଯୁକ୍ତ କରାଯାଇଛି । ସେ ପୂର୍ବତନ ଚୀଫ୍ ଜଷ୍ଟିସ୍ ସଞ୍ଜୟ କୁମାର ମିଶ୍ରଙ୍କ ସ୍ଥାନରେ ନିଯୁକ୍ତ ହୋଇଛନ୍ତି । ଗତ ବର୍ଷ ଡିସେମ୍ବର ୨୭ରେ ସୁପ୍ରିମକୋର୍ଟ କଲେଜିୟମ୍ ଦ୍ୱାରା ଜଷ୍ଟିସ୍ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀଙ୍କ ନାଁ ସୁପାରିଶ କରାଯାଇଥିଲା । ସେ ଓଡ଼ିଶା ହାଇକୋର୍ଟରେ ଜଜ୍ ମଧ୍ୟ ଥିଲେ ।

୨୦୨୩ ଡିସେମ୍ବର ୨୮ରୁ ଝାଡ଼ଖଣ୍ଡ ହାଇକୋର୍ଟର CJ ସଞ୍ଜୟ କୁମାର ମିଶ୍ରଙ୍କ ଅବସର ପରେ ଏହି ପଦ ଖାଲି ଥିଲା । ଏହା ପରେ ଜଷ୍ଟିସ୍ ଏସ୍ ଚନ୍ଦ୍ର ଶେଖରଙ୍କୁ ଆକ୍ଟିଂ ଚୀଫ୍ ଜଷ୍ଟିସ୍ ଭାବେ ନିଯୁକ୍ତ କରାଯାଇଥିଲା ।

Get real time updates directly on you device, subscribe now.