fbpx

୪ରେ ଶପଥ ନେବେ ମୁଖ୍ୟ ବିଚାରପତି

କଟକ,୨ ।୧(ଓଡିଶା ଭାସ୍କର): ଜାନୁଆରୀ ୪ ଅର୍ଥାତ୍ ସୋମବାର ଦିନ ଶପଥ ଗ୍ରହଣ କରିବେ ଜଷ୍ଟିସ୍ ଏସ୍ ମୁରଲୀଧର । ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ସେ ଶପଥ ଗ୍ରହଣ କରିବେ । ଓଡିଶା ହାଇକୋର୍ଟ ପରିସରରେ ଶପଥ ଗ୍ରହଣ ଉତ୍ସବ ହେବ ।

ତେବେ ସୋମବାର ଦିନ ସକାଳ ୧୦ଟାରେ ସେ ଶପଥ ଗ୍ରହଣ କରିବେ । ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଥିବା ନେଇ ଗତ ୩୧ତାରିଖରେ କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ପଞ୍ଜାବ-ହରିୟାଣା ହାଇକୋର୍ଟର ବରିଷ୍ଠ ବିଚାରପତି ଥିଲେ ଜଷ୍ଟିସ୍‌ ଏସ୍‌. ମୁରଲୀଧର ।

Get real time updates directly on you device, subscribe now.