ସରକାରର ବଡ ନିଷ୍ପତ୍ତି, ଲୋକଙ୍କ ଖାତାକୁ ଯିବ ୨୧ ହଜାର ଟଙ୍କା, ନିଶୁଳ୍କ ହେବ ଏହି ସାମଗ୍ରୀ

ନୂଆଦିଲ୍ଲୀ- ଖାଲିସ୍ଥାନ ସମର୍ଥକ ଆତଙ୍କବାଦୀ ମାମଲାରେ ଭାରତକୁ ଫସେଇ ନିଜ ବିରୋଧରେ ଦେଶରେ ଚାଲିଥିବା ସରକାର ବିରୋଧୀ ହାୱାକୁ ପ୍ରଶମିତ କରିବାକୁ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରିଡୋ ଚେଷ୍ଟା କରୁଥିବା ବେଳେ କିନ୍ତୁ ପୁଣି ସରକାର ଗଠନ ପାଇଁ ଆପଣେଇଛନ୍ତି ଭାରତର ନିର୍ବାଚନୀ ରଣନୀତି । ଟ୍ରୁଡୋ ଦେଶରେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଦେଉଛନ୍ତି ଥୋପ । ଭାରତ ପରି ଲୋଭନୀୟ ଅର୍ଥ ଯୋଗାଣ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି ।

ଆସନ୍ତା ବର୍ଷ କାନାଡାରେ ନିର୍ବାଚନ ହେବ । ଏହାକୁ ନେଇ ଟ୍ରୁଡୋ ଆରମ୍ଭ କରିଛନ୍ତି ପ୍ରସ୍ତୁତି । ମାମଲାରେ ସେ ଭାରତ ବହୁ ଯୋଜନାକୁ କପି କରୁଥିବା ଦେଖିବାକୁ ମିଳୁଛି । ଭାରତରେ ନିର୍ବାଚନ ପାଇଁ ଲୋକଙ୍କ ଖାତାକୁ ଅର୍ଥ ଦେବାର ଲୋଭନୀୟ ଯୋଜନା ପରି ଯୋଜନା ଟ୍ରୁଡୋ ଆପଣେଇଛନ୍ତି । ନିର୍ବାଚନକୁ ଆଖିରେ ରଖି ତାଜରାତି ସାମଗ୍ରୀ, ପିଲାଙ୍କ ପୋଷାକ ଓ ଅନ୍ୟ ଜରୁରୀ ସାମଗ୍ରୀ ଉପରୁ ଜିଏସଟି, ଏଚଏସଟି ହଟାଇ ଦେଇଛନ୍ତି ।

ଏହି ନିଷ୍ପତ୍ତି ୧୪ ଡିସେମ୍ବରରୁ ଲାଗୁ ହେବ ଓ ଏହା ବ୍ୟତୀତ ଆଗାମୀ ଦୁଇ ମାସ ଯେଏଁ ସାମଗ୍ରୀ ଟ୍ୟାକ୍ସ ଫ୍ରି ହେବ । ଯାହା ଲୋକଙ୍କୁ ଅନେକ ଆଶ୍ୱସ୍ତି ଆଣିଦେବ । ଏହା ବ୍ୟତୀତ ଆଉ କିଛି ବଡ ନିଷ୍ପତ୍ତି ନେଇ ଟ୍ରୁଡୋ ସରକାର । ସେ ଘୋଷଣା କରିଛନ୍ତି କି, ବିଗତ ବର୍ଷ ୧.୫ ଲକ୍ଷ ଡଲାରରୁ କମ ରୋଜଗାର କରୁଥିବା ଲୋକଙ୍କ ଖାତାକୁ ସିଧା ସିଧା ଟଙ୍କା ଦିଆଯିବ । ଏପ୍ରିଲରେ ଏହି ବର୍ଗର ଲୋକଙ୍କ ମେଲ ବକ୍ସକୁ ସିଧା ୨୫୦ ଡଲାର ଦିଆଯିବ, ଯାହା ଭାରତୀୟ ଟଙ୍କାରେ ୨୧ ହଜାର ହେବ ।