fbpx

(Video) ସୋସିଆଲ ମିଡିଆରେ ନିଆଁ ଲଗାଇଛି କାଚ୍ଚା ବାଦାମ: ଭାଇରାଲ ହେଉଛି ରିଲ୍ସ

ବୁଲା ଫେରିବାଲା ବାଦାମବାଲାର ଗୋଟିଏ ଗୀତ । ଆଉ ଏବେ ସୋସିଆଲ ମିଡିଆରେ ସେନସେସନ ପାଲଟିଛି ଏହି ଗୀତ । ସୋସିଆଲ ମିଡିଆରେ ଏବେ ଭରିଯାଇଛି ପୁରା କାଚ୍ଚା ବାଦାମ ଗୀତର ଠୁମକାରେ । ଛୋଟଠୁ ବଡ ଆଉ ପୁଣି ସେଲିବ୍ରେଟି, କେହି ବି କାଚ୍ଚା ବାଦାମକୁ ଛାଡ଼ି ନାହାନ୍ତି ।  ବୁଲା ବାଦାମବାଲାର ଏହି କାଚ୍ଚ ବାଦାମ ଗୀତଟି ସୋସିଆଲ ମିଡିଆରେ ଏତେ ଭାଇରାଲ ହେଉଛି ଯେ, ଇନଷ୍ଟଗ୍ରାମରେ ଯାହାକୁ ଦେଖିବେ ସବୁ ବ୍ୟସ୍ତ ଅଛନ୍ତି କାଚ୍ଚାବାଦାମର ରିଲ୍ସ ବନାଇବାରେ ।

ଆହୁରି ପୁଣି କାଚ୍ଚା ବାଦାମ ଗୀତରେ ରିଲ୍ସ ବନାଇ ଇଷ୍ଟାଗ୍ରାମରେ ଏଭଳି ଅନେକ ଝିଅ ତ ରାତା ରାତି ଷ୍ଟାର ପାଲଟି ଗଲେ । ଛୋଟ ପରଦାର କିଛି ସେଲିବ୍ରିଟିମାନେ ମଧ୍ୟ ଏଥିରେ ପଛରେ ନାହାନ୍ତି । ସେମାନେ ବି କାଚ୍ଚା ବାଦାମ ଗୀତରେ ଠୁମକା ଲଗାଇ ମଜା ଉଠାଉଛନ୍ତି । ଆଉ ଏମିତିରେ ପୁଣି ଏହି ଟ୍ରେଣ୍ଡି ଗୀତକୁ ଗାଇଛନ୍ତି ରାନୁ ମଣ୍ଡଲ । ସୋସିଆଲ ମିଡିଆରେ ରାନୁ ମଣ୍ଡଲଙ୍କ ଏହି ଗୀତ ଗାଇ ଭାଇରାଲ୍ ହୋଇଥିଲେ । ତେବେ ଦେଖନ୍ତୁ ଏହି ସବୁ ରିଲକୁ  । ଲୋକମାନେ ଏହି ଗୀତକୁ ଏତେ ପସନ୍ଦ ମାତ୍ରାରେ ପସନ୍ଦ କରୁଛନ୍ତି ଯେ, ଗୀତର କ୍ରେଜ କମିବା ବଦଳରେ ଦିନକୁ ଦିନ ଆହୁରି ବଢି ଚାଲିଛି । ଦେଖନ୍ତୁ ଭିଡିଓ…

 

Get real time updates directly on you device, subscribe now.