fbpx

କେଆର୍‌କେ ଗିରଫ; ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଓ ନ୍ୟୁଜ୍ ଚ୍ୟାନେଲକୁ ଟ୍ୟାଗ କରି ଟ୍ୱିଟ୍‌ରେ କହିଲେ ଜୀବନ ପ୍ରତି ବିପଦ ଅଛି

ନୂଆଦିଲ୍ଲୀ: ଆକ୍ଟର ତଥା ଫିଲ୍ମ ନିର୍ମାତା କମାଲ ରଶିଦ ଖାନ୍‌(କେଆର୍‌କେ) ଆଜି ମୁମ୍ବାଇ ବିମାନ ବନ୍ଦରରେ ଗିରଫ ହୋଇଛନ୍ତି । ୨୦୧୬ରେ ତାଙ୍କ ଉପରେ ଏକ କେସ୍ ରୁଜୁ ହୋଇଥିଲା ଯେଉଁ କାରଣରୁ ସେ ଦେଶ ଛାଡି ଯାଇପାରିବେ ନାହିଁ । କିନ୍ତୁ ସେ ନୂଆବର୍ଷ ପାଳନ କରିବାକୁ ଦୁବାଇ ଯାଉଥିବା ସମୟରେ ବିମାନବନ୍ଦରରେ ତାଙ୍କୁ ଗିରଫ କରାଯାଇଛି । ଏହି ବିଷୟରେ କମାଲ ନିଜେ ଟୁଇଟ୍ କରି ସୂଚନା ଦେଇଛନ୍ତି । ଏହା ସହିତ ସେ ଲେଖିଛନ୍ତି କି ଯଦି ତାଙ୍କର କିଛି ହୋଇଯିବ ତେବେ ଏଥିପାଇଁ ଦାୟୀ କିଏ ରହିବ?

ନିଜର ବିବାଦୀୟ ଟୁଇଟ୍ ଲାଗି ଫେମସ୍ କେଆର୍‌କେ ଏବେ ଟୁଇଟ୍ କରି ନିଜର ପୁରୁଣା କେସ୍ ଓ ଗିରଫଦାରୀ ବିଷୟରେ ସୂଚନା ଦେଇଛନ୍ତି । ଟୁଇଟ୍‌ରେ ସେ ପୁରା ଡିଟେଲ କହିଛନ୍ତି । ସେ ଲେଖିଛନ୍ତି କି ବର୍ଷେ ହେବ ସେ ମୁମ୍ବାଇରେ ରହି ଆସୁଛନ୍ତି । ମୁଁ ଲଗାତର କୋର୍ଟ ପକ୍ଷରୁ ଦିଆଯାଇଥିବା ଟାଇମ୍‌ରେ ହାଜିରା ପକାଉଛି । ଆଜି ମୁଁ ନୂଆ ବର୍ଷ ମନାଇବା ଲାଗି ଦୁବାଇ ଯାଉଥିଲି । କିନ୍ତୁ ମୁମ୍ବାଇ ପୋଲିସ ମୋତେ ବିମାନବନ୍ଦରରୁ ଗିରଫ କରି ନେଇଛି ।

ପୋଲିସ ଅନୁଯାୟୀ ୨୦୧୬ରେ ମୋ ବିରୁଦ୍ଧରେ କେସ୍ ରୁଜୁ ପରେ ମୁଁ ୱାଣ୍ଟେଡ୍ ରହିଛି । ଏହା ସହିତ ସେ ନିଜ ଟୁଇଟ୍‌ରେ ସଲମାନ ଖାନ୍‌ଙ୍କ କଥା ଉଠାଇଛନ୍ତି । ସେ ଲେଖିଛନ୍ତି ସଲମାନ ଖାନ କହୁଛନ୍ତି ଟାଇଗର ୩ ଫିଲ୍ମ ତାଙ୍କ ପାଇଁ ଫ୍ଲପ୍ ହୋଇଛି । ଯଦି ମୁଁ ପୋଲିସ ଷ୍ଟେସନ କିମ୍ବା ଜେଲ୍‌ରେ କୌଣସି କାରଣରୁ ମରିଯାଏ ତେବେ ଆପଣମାନେ ଜାଣିରଖିବେ କି ଏହା ଏକ ହତ୍ୟା ବୋଲି ଓ ଆପଣମାନେ ସମସ୍ତେ ଜାଣିଛନ୍ତି କି ଏଥିପାଇଁ କିଏ ଦାୟୀ ବୋଲି । ଏହାସହିତ କେଆର୍‌କେ ନିଜ ଟୁଇଟ୍‌ରେ ପ୍ରଧାନମନ୍ତ୍ରୀ ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଓ ନ୍ୟୁଜ୍ ଚ୍ୟାନେଲକୁ ବି ଟ୍ୟାଗ କରିଛନ୍ତି ।

କେଆର୍‌କେ ପ୍ରାୟ ସମୟରେ ସେଲିବ୍ରିଟିଙ୍କୁ ନେଇ ବିବାଦୀୟ ଟୁଇଟ୍ କରିଥାନ୍ତି । ବିନା କାରଣରେ ସେଲିବ୍ରିିଟିଙ୍କୁ ବଦନାମ କରୁଥିବା ଟୁଇଟ୍ କରି ସେ ବହୁବାର ଜେଲ୍ ଯାଇଛନ୍ତି । ଏହାପୂର୍ବରୁ ସେ ୨୦୨୨ରେ ବି ୨ ଥର ଗିରଫ ହୋଇଛନ୍ତି ।

Get real time updates directly on you device, subscribe now.