fbpx

ଇତିହାସ ରଚିଲେ କମଲା ହାରିସ୍‌: ୧ ଘଣ୍ଟା ୨୫ ମିନିଟ୍‌ ପାଇଁ ସମ୍ଭାଳିଲେ ରାଷ୍ଟ୍ରପତି ଦାୟିତ୍ୱ

ହ୍ୱାଇଟ୍‌ ହାଉସ୍‌ ସହ ଆମେରିକା ସୈନ୍ୟ ବାହିନୀ ଏବଂ ପରମାଣୁ ଅସ୍ତ୍ର ତାଙ୍କ ନିୟନ୍ତ୍ରଣରେ ହରିଲା

Advertisement

ୱାଶିଂଟନ : ଇତିହାସ ରଚିଛନ୍ତି ଭାରତୀୟ ବଂଶୋଦ୍ଭବ ଆମେରେକୀୟ ତଥା ଆମେରିକାର ଉପରାଷ୍ଟ୍ରପତି କମଲା ହାରିସ୍‌ । ପ୍ରଥମ ଦକ୍ଷିଣ ଏସିୟ ବଂଶୋଭବ ତଥା ପ୍ରଥମ ମହିଳା ଭାବେ ୧ ଘଣ୍ଟା ୨୫ ମିନିଟ୍‌ ପାଇଁ ସେ ତୁଲାଇଛନ୍ତି ଆମେରିକା ରାଷ୍ଟ୍ରପତି ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ । ରାଷ୍ଟ୍ରପତି ଜୋ ବାଇଡେନ ଅସୁସ୍ଥତା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ଉପରାଷ୍ଟ୍ରପତି ହାରିସଙ୍କୁ ସାମୟିକ ରାଷ୍ଟ୍ରପତି କ୍ଷମତା ହସ୍ତାନ୍ତର କରିଥିଲେ । ହ୍ୱାଇଟ୍‌ ହାଉସ୍‌ ପକ୍ଷରୁ ଏନେଇ ବିଧିବଦ୍ଧ ସୂଚନା ଦିଆଯାଇଥିଲା । ଏହି ସମୟରେ ହାରିସ ନିଜ ୱେଷ୍ଟ୍‌ ୱିଙ୍ଗ୍‌ ଅଫିସରେ ରହି ହ୍ୱାଇଟ୍‌ ହାଉସ୍‌କୁ ପରିଚାଳନା କରିଥିବା ହ୍ୱାଇଟ ହାଉସ୍‌ର ପ୍ରେସ ସଚିବ ଜେନ୍‌ ସାକି ସୂଚନା ଦେଇଛନ୍ତି ।

ପ୍ରାୟ ଦେଢ଼ ଘଣ୍ଟା ଅର୍ଥାତ ସମୁଦାୟ ୧ ଘଣ୍ଟା ୨୫ ମିନିଟ୍‌ ପାଇଁ କମ୍‌ଲା ହାରିସ୍‌ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଏହି ସମୟରେ ସେ ଆମେରିକା ସରକାରଙ୍କୁ ନିୟନ୍ତ୍ରଣ କରିବା ସହ ଆମେରିକା ସୈନ୍ୟ ବାହିନୀ ଏବଂ ପରମାଣୁ ଅସ୍ତ୍ର ଆଦି ସମସ୍ତ ଦାୟିତ୍ୱରେ ମଧ୍ୟ ଥିଲେ । ରାଷ୍ଟ୍ରପତି ହିସାବରେ ଦାୟିତ୍ୱ ନେବା ପରେ ପ୍ରଥମ ଅଫିସିଆଲ ମେଡିକାଲ ଚେକଅପ୍‌ ପାଇଁ ବାଇଡେନ ୱାଲ୍ଟର ରିଡ୍‌ ମେଡିକାଲ୍‌ ସେଣ୍ଟରରେ ଭର୍ତ୍ତି ହୋଇଥିଲେ । ସେଠାରେ ଆନାସ୍ଥେସିଆ ଦିଆଯିବା ପରେ ତାଙ୍କର କଲୋନୋସ୍କୋପି କରାଯାଇଥିଲା । ଏହି ସମୟରେ ଉପରାଷ୍ଟ୍ରପତି କମଲା ହାରିସ୍‌ ସମସ୍ତ କାର୍ଯ୍ୟ ତୁଲାଇଛନ୍ତି । ସାଧାରଣତଃ ରାଷ୍ଟ୍ରପତିଙ୍କୁ ଆନେସ୍ଥାସିଆ ଦିଆଯିବା ସମୟରେ ଉପରାଷ୍ଟ୍ରପତିଙ୍କୁ ତାଙ୍କ ଦାୟିତ୍ୱ ଦିଆଯାଇଥାଏ ।

ରାଷ୍ଟ୍ରପତିଙ୍କ ପ୍ରେସ ସେକ୍ରେଟାରୀ ଦେଇଥିବା ସୂଚନା ଅନୁଯାୟୀ, ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ବିଧିବଦ୍ଧ ଭାବେ ଆମେରିକାର ସମୟ ଅନୁସାରେ ଶୁକ୍ରବାର ରାତି ୧୧ଟା ୩୫ରେ ଉପରାଷ୍ଟ୍ରପତିଙ୍କୁ କମ୍‌ଲା ହାରିସଙ୍କୁ କ୍ଷମତା ହସ୍ତାନ୍ତର କରିଥିଲେ । ପୂର୍ବରୁ ୨୦୦୨ ଓ ୨୦୦୭ ମସିହାରେ ଜର୍ଜ ଡବ୍ଲ୍ୟୁ ବୁଶ ରାଷ୍ଟ୍ରପତି ଥିବା ସମୟରେ ଏହିରି କ୍ଷମତା ହସ୍ତାନ୍ତର କରିଥିଲେ ।

Get real time updates directly on you device, subscribe now.