fbpx

କଙ୍ଗନାଙ୍କୁ ବିଧାନସଭା ଶାନ୍ତି କମିଟିର ସମନ, ଶିଖ୍ ଙ୍କ ଉପରେ ଦେଇଥିଲେ ବିବାଦୀୟ ମନ୍ତବ୍ୟ

ନୂଆଦିଲ୍ଲୀ: ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ସମନ କରିଛି ଦିଲ୍ଲୀ ବିଧାନସଭା ଶାନ୍ତି କମିଟି । ଶିଖ୍ ସମାଜକୁ ଖଲିସ୍ତାନୀ କହିବା ଅଭିଯୋଗରେ କଙ୍ଗନାଙ୍କୁ ଏହି ସମନ କରାଯାଇଛି । ଏଥି ସହ ଆପ୍ ବିଧାୟକ ରାଘବ ଚଢାଙ୍କ ଅଧ୍ୟକ୍ଷତାରେ ଗଠିତ ଦିଲ୍ଲୀ ବିଧାନସଭାର ଶାନ୍ତି ଓ ସଦଭାବ କମିଟି କଙ୍ଗନାଙ୍କୁ ଡିସେମ୍ବର ୬ ତାରିଖ ସୁଦ୍ଧା  ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତିି ।

ସୂଚନାଯୋଗ୍ୟ, କଙ୍ଗନା ରାଣୱତ କୃଷି ଆଇନ ପ୍ରତ୍ୟାହାର ନେଇ ଘୋଷଣା ହେବାପରେ ଆନ୍ଦୋଳନ କରୁଥିବା ଚାଷୀଙ୍କୁ ଖଲିସ୍ତାନୀ ଆନ୍ଦୋଳନ ସହ କରିଥିଲେ । ଯାହାପରେ ତାଙ୍କ ବିରୋଧରେ ଦେଶର ବିଭିନ୍ନ ସ୍ଥାନରେ ମାମଲା ରୁଜୁ ହୋଇଥିଲ । ଏହା ପୂର୍ବରୁ କଙ୍ଗନା ଦେଶର ସ୍ୱାଧୀନତା ଏବଂ ମହାତ୍ମା ଗାନ୍ଧୀଙ୍କ ଉପରେ ମଧ୍ୟ ବିବାଦୀୟ ମନ୍ତବ୍ୟ ଦେଇ ବିବାଦ ଘେରରେ ରହିଛନ୍ତି ।

Get real time updates directly on you device, subscribe now.