fbpx

ଭିନେଶ ଫୋଗାଟଙ୍କୁ ବିରୋଧ କରୁଥିବା କଙ୍ଗନା, ଏବେ କରୁଛନ୍ତି ସମର୍ଥନ, କହିଲେ ଏହି ବଡ଼ କଥା

ନୂଆଦିଲ୍ଲୀ: ପ୍ୟାରିସ ଅଲମ୍ପିକ ୨୦୨୪ରେ ଐତିହାସିକ ସଫଳତା ପରେ କୁସ୍ତିଯାଦ୍ଧା ଭିନେଶ ଫୋଗାଟ ପୂର୍ବରୁ କରିଥିବା ଆନ୍ଦୋଳନକୁ ନେଇ କଟାକ୍ଷ କରୁଥିବା ଅଭିନେତ୍ରୀ ଏବଂ ବିଜେପି ସାଂସଦ କଙ୍ଗନା ରଣାୱତ ବର୍ତ୍ତମାନ ଭିନେଶଙ୍କ ପ୍ରଂଶସା କରିଛନ୍ତି। କଟାକ୍ଷ କରିବାର ଗୋଟିଏ ଦିନ ପରେ କଙ୍ଗନା ରଣାୱତ ନିଜ କ୍ରୋଧକୁ ପରିବର୍ତ୍ତନ କରିଛନ୍ତି। ଶେଷ ମ୍ୟାଚ ପୂର୍ବରୁ ତାଙ୍କୁ ଅଯୋଗ୍ୟ ଘୋଷିତ କରାଯିବା ପରେ ସେ ଭିନେଶଙ୍କ ସମର୍ଥନ କରିଥିବା ନଜର ଆସିଛି।

କଙ୍ଗନା ରଣାୱତ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ଷ୍ଟୋରୀରେ ଭିନେଶ ଫୋଗାଟଙ୍କୁ ସମର୍ଥନ କରି ଲେଖିଛନ୍ତି ଯେ, ସାରା ଦେଶ କିପରି କୁସ୍ତିଯୋଦ୍ଧାଙ୍କୁ ସମର୍ତନ କରୁଛନ୍ତି। କଙ୍ଗନା ଏହି ଷ୍ଟୋରୀରେ ଏକ ଫଟୋ ସହ ଏକ ମେସେଜ ଲେଖିଛନ୍ତି, ‘କାନ୍ଦନି ଭିନେଶ, ତୁମ ସହ ସାରା ଦେଶ ଛିଡା ହୋଇଛି।’ କଙ୍ଗନା ଇନଷ୍ଟାଗ୍ରାମ ଷ୍ଟୋରୀରେ ଭାରତୀୟ ଅଲମ୍ପିକ ସଂଘର ମୁଖ୍ୟ ପିଟି ଉଷା, ଭିନେଶଙ୍କ ସହ ଭେଟିବା ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି ଏବଂ ତାଙ୍କୁ ‘ବାଘୁଣୀ’ ବୋଲି କହିଛନ୍ତି।

ଏହା ପୂର୍ବରୁ ମଙ୍ଗଳବାର ଦିନ କଙ୍ଗନା ଭିନେଶଙ୍କ ଉପରେ ପ୍ରତିକ୍ରିୟା ଦେଇ ଇନଷ୍ଟାଗ୍ରାମରେ ଲେଖିଥିଲେ ଯେ, ଭାରତର ପ୍ରଥମ ସ୍ୱର୍ଣ୍ଣ ପଦକ ପାଇଁ ଶୁଭେଚ୍ଛା.. ଭିନେଶ ଫୋଗାଟ ଦିନେ ବିରୋଧ ପ୍ରଦର୍ଶନରେ ଭାଗ ନେଇଥିଲେ, ଯେଉଁଠାରେ ସେ ପିଏମ ମୋଦୀଙ୍କ ବିରୋଧରେ ସ୍ଲୋଗାନ ଦେଉଥିଲେ, ପୁଣି ତାଙ୍କ ଦେଶର ପ୍ରତିନିଧିତ୍ୱ କରିବା ଏବଂ ସର୍ବଶ୍ରେଷ୍ଠ ପ୍ରଶିକ୍ଷଣ, କୋଚ ଏବଂ ସୁବିଧାମାନ ପ୍ରାପ୍ତ କରିବାର ଅବସର ଦିଆଯାଇଥିଲା। ଏହା ଗଣତନ୍ତ୍ରର ସୁନ୍ଦର ଏବଂ ଏକ ମହାନ ନେତାର ପରିଚୟ ଅଟେ। କଙ୍ଗନାଙ୍କ ଏହି ପୋଷ୍ଟ ଅନେକ ଲୋକଙ୍କୁ ପସନ୍ଦ ଆସିନଥିଲା। ସୋସିଆଲ ମିଡିଆ ୟୁଜର୍ସ ଏହି ଟିପ୍ପଣୀକୁ ଅନୁଚିତ ବୋଲି କହିଥିଲେ ଏବଂ କହିଥିଲେ ଯେ, ଏହି ପୋଷ୍ଟ ଭିନେଶଙ୍କ ବ୍ୟକ୍ତିଗତ ପ୍ରଚେଷ୍ଟା ଏବଂ ସଫଳତାକୁ ହ୍ରାସ କରେ।

Get real time updates directly on you device, subscribe now.