fbpx

ସାଂସଦ ହେଲା ପରେ ସଦଗୁରୁଙ୍କ ଶରଣରେ କଙ୍ଗନା ରଣାୱତ, ସୋସିଆଲ ମିଡିଆରେ ଶେୟାର କଲେ ଫଟୋ

Advertisement

ମୁମ୍ବାଇ: ଅଭିନେତ୍ରୀରୁ ରାଜନେତ୍ରୀ ପାଲଟିଛନ୍ତି ବଲିଉଡ଼ର କ୍ୱୀନ୍ କଙ୍ଗନା ରଣାୱତ । ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନରୁ ବିଜୟୀ ହୋଇ ସାଂସଦ ପଦର ଶପଥ ଗ୍ରହଣ କରିବା ପରେ ଚର୍ଚ୍ଚାରେ ଅଛନ୍ତି କଙ୍ଗନା । ତେବେ ଶପଥ ଗ୍ରହଣ ପରେ ତାଙ୍କୁ କୋଏମ୍ବାଟୁର ସ୍ଥିତ ସଦଗୁରୁଙ୍କ ଆଶ୍ରମ ଯାଇଥିଲେ । ଆଶ୍ରମରେ ସଦଗୁରୁଙ୍କ ସହ କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି ଯାହା ବେଶ ଭାଇରାଲ ହେବାରେ ଲାଗିଛି ।

କଙ୍ଗନା ରଣାୱତ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟର ଷ୍ଟୋରୀ ସେକ୍ସନରେ ଇଶା ଫାଉଣ୍ଡେସନରେ ଆଦି ଯୋଗୀ ଶିବ ମୂର୍ତ୍ତିଙ୍କ ସମ୍ମୁଖରେ ହାତ ଯୋଡ଼ି ପ୍ରାର୍ଥନା କରୁଥିବାର ଫଟୋ ଶେୟାର କରି କ୍ୟାପସନରେ ଲେଖିଛନ୍ତି, ‘ମୋର ଖୁସି ସ୍ଥାନ’ ଏବଂ ଇଶା ଫାଉଣ୍ଡେସନକୁ ଟ୍ୟାଗ୍ କରିଛନ୍ତି । ଏହି ଫଟୋରେ କଙ୍ଗନା ଗୋଲାପି ରଂଗର ଶାଢ଼ିରେ ନଜର ଆସିଛନ୍ତି । ଅନ୍ୟ ଏକ ଫଟୋରେ ସେ ସଦଗୁରୁଙ୍କ ପାଖରେ ବସିଥିବାର ଦେଖାଦେଇଛି ।
କହିରଖୁଛୁ ନିକଟରେ କଙ୍ଗନା ରଣାୱତ ‘ଥପ୍ପଡ଼’ ମାମଲାକୁ ନେଇ ବେଶ ଚର୍ଚ୍ଚାରେ ଥିଲେ । ସୂଚନାରୁ ପ୍ରକାଶ ଚଣ୍ଡିଗଡ଼ ଏୟାରପୋର୍ଟରେ ସେ ଜଣେ ମହିଳା ଜବାନଙ୍କୁ ଚଟକଣୀ ମାରିଥିଲେ । ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହି ଘଟଣା ପରେ କଙ୍ଗନାଙ୍କୁ ଅନେକ ସେଲିବ୍ରିଟିଙ୍କ ସପୋର୍ଟ ମିଳିଥିଲା ଏବଂ ସେମାନେ ମହିଳା ଜବାନଙ୍କ ବ୍ୟବହାରକୁ ଅନୁଚିତ ଦର୍ଶାଇଥିଲେ ।

Get real time updates directly on you device, subscribe now.