ମୁମ୍ବାଇ: ବଲିଉଡ୍ର ବେବିଡଲ୍ କଣ୍ଠଶିଳ୍ପୀ କନିକା କପୁର ଖୁବ୍ ଲୋକପ୍ରିୟ । ତାଙ୍କ ଗୀତରେ ଲୋକଙ୍କ ହୃଦୟକୁ ରାଜ୍ କରୁଥିବା କନିକା କପୁର ପୁଣି ଥରେ ବିବାହ କରିବାକୁ ଯାଉଛନ୍ତି । କରୋନା ସମୟରେ ନିଜର ବୃତ୍ତିଗତ ଏବଂ ବ୍ୟକ୍ତିଗତ ଜୀବନକୁ ଖୁବ୍ ଚର୍ଚ୍ଚାରେ ଥିଲେ । ତାଙ୍କର ଭବିଷ୍ୟତ ସ୍ୱାମୀ ହେଉଛନ୍ତି ଜଣେ ଏନ୍ଆରଆଇ ବ୍ୟବସାୟୀ ଏବଂ ଉଭୟଙ୍କ ମଧ୍ୟରେ ମେ ମାସରେ ହାତ ଗଙଋି ପଡିବ । ଗତ କିଛି ଦିନ ହେବ କନିକା କପୁର ଏବଂ ତାଙ୍କ ଭାବି ସ୍ୱାମୀ ବିଷୟରେ ଆଲୋଚନା ଚାଲିଛି ।
ରିପୋର୍ଟ ଅନୁଯାୟୀ, ଭୟ ଦୀର୍ଘ ସମୟ ଧରି ଏକ ସମ୍ପର୍କରେ ଅଛନ୍ତି ଏବଂ ପରସ୍ପରକୁ ଡେଟ୍ କରୁଥିଲେ । କନିକା କପୁରଙ୍କ ଭାବି ସ୍ୱାମୀଙ୍କ ନାମ ଗୌତମ ବୋଲି କୁହାଯାଉଛି । ଉଭୟ କନିକା କପୁର ଏବଂ ଗୌତମ ଚଳିତ ବର୍ଷ ମେ ମାସରେ ସେମାନଙ୍କର ନୂଆ ଜୀବନ ଆରମ୍ଭ କରିବାକୁ ଯାଉଛନ୍ତି । ଗୌତମ ଲଣ୍ଡନର ବାସିନ୍ଦା, ଯେଉଁଥିାଇଁ ତାଙ୍କ ବିବାହର ସମସ୍ତ କାର୍ଯ୍ୟ କେବଳ ଲଣ୍ଡନରେ ହେବ ବୋଲି କୁହାଯାଉଛି । ଏହା ମଧ୍ୟ କୁହାଯାଉଛି ଯେ ଗତ କିଛି ମାସ ହେବ ଦୁହେଁ ନିଜ ବିବାହ ଯୋଜନା କରୁଛନ୍ତି । ତେବେ ଏପର୍ଯ୍ୟନ୍ତ କାନିକା ଏ ସମ୍ପର୍କରେ କୌଣସି ଅଫିସିଆଲ୍ ଘୋଷଣା କରି ନାହାଁନ୍ତି । ଏହା କନିକାଙ୍କର ଦ୍ୱିତୀୟ ବିବାହ ହେବ । ଏହାପୂର୍ବରୁ ସେ ଏନଆରଆଇ ବ୍ୟବସାୟୀ ରାଜ ଚାନ୍ଦୁକଙ୍କୁ ବିବାହ କରିଥିଲେ । କିନ୍ତୁ ଉଭୟ ୨୦୧୨ରେ ଛାଡପତ୍ର ନେବାକୁ ନିଷ୍ପତ୍ତି ନେଇଥିଲେ । ଉଭୟଙ୍କର ମଧ୍ୟ ତିନୋଟି ସନ୍ତାନ ରହିଛି । କହିବାକୁ ଗଲେ କନିକା ୨୦୧୪ରେ ‘ବେବି ଡଲ୍’ ଗୀତରୁ ବଲିଉଡରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ ।