fbpx

ଯୁବକଙ୍କ ବିଚିତ୍ର ସ୍ନାନ, ଦେହରେ ସାବୁନ୍ ଲଗାଇ ବାଇକ୍ ଚଢି ଭିଜିଲେ ବର୍ଷାରେ

କାନପୁର:ପ୍ରଚଣ୍ଡ ତାତି ପରେ ଏବେ ମୌସୁମୀ ଆସିଯାଇଥିବାରୁ ସମସ୍ତେ ବର୍ଷାର ମଜା ଉଠାଇବାରେ ଲାଗିଛନ୍ତି । ସୋସିଆଲ୍ ମିଡିଆରେ ଏବେ ବର୍ଷାର ଆନନ୍ଦ ଉଠାଉଥିବା ବିଭିନ୍ନ ପ୍ରକାରର ଫଟୋ ଭାଇରାଲ୍ ହେବାରେ ଲାଗିଛି । କିନ୍ତୁ ଏଥିମଧ୍ୟରେ ଏପରି ଏକ ଫଟୋ ଓ ଭିଡିଓ ସାମ୍ନାକୁ ଆସିଛି ଯାହା ଦେଖି ଆପଣ ନ ହସି ରହିପାରିବେ ନାହିଁ । ଉତ୍ତରପ୍ରଦେଶ କାନପୁରରୁ ଆସିଛି ଏହି ଭିଡିଓ । ଭିଡିଓରେ ଦେଖିବାକୁ ମିଳିଛି ବାଇକ୍ ରେ ବସି ଦୁଇ ଜଣ ଯୁବକ ବର୍ଷାରେ ଗାଧୋଇବାକୁ ବାହାରିଛନ୍ତି । ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଭିଡିଓଟି ପୋଷ୍ଟ କରାଯାଇଛି ।

 

View this post on Instagram

 

A post shared by Puneet Bhatia (@puuneetbhhatiya)

ଭିଡିଓରେ ଦେଖିବାକୁ ମିଳିଛି ୨ ଜଣ ଯୁବକ ଖାଲି ଦେହରେ ବାଇକ୍ ଚଲାଇ ବର୍ଷାରେ ଭିଜୁଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହି ଦୁଇ ଯୁବକ ଦେହରେ ସାବୁନ ଲଗାଇ ବାଇକ୍ରେ ବୁଲୁଛନ୍ତି । ସାବୁନର ଧଳା ଦାଗ ଶରୀରରେ ସ୍ପଷ୍ଟ ନଜର ଆସୁଛି । ମୁଣ୍ଡ ଠାରୁ ଆରମ୍ଭ କରି ଗୋଡ ପର୍ଯ୍ୟନ୍ତ ଏମାନେ ସାବୁନ ଲଗାଇଛନ୍ତି । ଭୀଷଣ ବର୍ଷାରେ ଏମାନେ ବାଇକ୍ ଚଲାଇବା ସହ ଦେହକୁ ମଝିରେ ମଝିରେ ଘସି ଗାଧୋଉ ଥିବାର ଦେଖାଯାଉଛି । ଏହି ୨ ଯୁବକଙ୍କ ଏପରି ଅନ୍ଦାଜ ଲୋକଙ୍କୁ ପସନ୍ଦ ଆସିଥିବା ବେଳେ କେହି କେହି କହିଛନ୍ତି ଶୀଘ୍ର ଗାଧୋଇ ପଳାଇଯାଅ ନ ହେଲେ ୟୁପି ପୋଲିସର ଦଣ୍ଡା ପାହାର ପଡିବ । ଏହି ଭିଡିଓକୁ ୧୪ ଲକ୍ଷରୁ ଅଧିକ ଭ୍ୟୁଜ୍ ମିଳିସାରିଲାଣି ।

Get real time updates directly on you device, subscribe now.