କପିଲ ଶର୍ମାଙ୍କ କାନଡା କାଫେରେ ପୁଣି ଗୁଳିକାଣ୍ଡ, ଜେଲରେ ଥିବା ଗ୍ୟାଙ୍ଗଷ୍ଟରର ହାତ!
ଜେଲରେ ଥିବା ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ନୋଇ ଏହାର ଦାୟିତ୍ୱ ନେଇଥିବା ସୂଚନା ମିଳିଛି।
ମୁମ୍ବାଇ: ବଲିଉଡ ଅଭିନେତା ଏବଂ ସୁପରହିଟ୍ କମେଡିଆନ୍ କପିଲ ଶର୍ମାଙ୍କ କାଫେକୁ ଫାୟାରିଂ। ଦ୍ୱିତୀୟ ଥର କପିଲଙ୍କ କାନଡା କାଫେରେ ଫାୟାରିଂ ହୋଇଛି। କାଫେର ଝରକାରେ ୬ଟି ଗୁଳିର ଚିହ୍ନ ମିଳିଛି।
କାନଡା କାଫେ ଉପରେ ପୁଣି ଥରେ ଗୁଳିଚାଳନା କରାଯାଇଛି। କିଛି ଦିନ ପୂର୍ବରୁ ଏଠାରେ ଜଣେ ଖଲିସ୍ତାନୀ ଆତଙ୍କବାଦୀ ଗୁଳିଚାଳନା କରିଥିଲେ।
ଏବେ ଗୁରୁବାର ଦିନ ପୁଣି ଥରେ କାନଡାରେ କପିଲଙ୍କ କାଫେ ଉପରେ ଗୁଳିଚାଳନା କରାଯାଇଛି।
ଜେଲରେ ଥିବା ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ନୋଇ ଏହାର ଦାୟିତ୍ୱ ନେଇଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, ଗୁରୁବାର ସକାଳେ ଏଠାରେ ଗୁଳିଚାଳନା କରାଯାଇଥିଲା ଏବଂ ଝରକାରେ ୬ଟି ଗୁଳିର ବାଜିଥିବାର ଚିହ୍ନ ମିଳିଛି।
ଆପଣଙ୍କୁ କହି ରଖୁଛୁ ଯେ ଗତ ୧ ମାସ ମଧ୍ୟରେ ଏହା ଦ୍ୱିତୀୟ ଥର ଯେ କପିଲ ଶର୍ମାଙ୍କ କାନଡା କାଫେରେ ଗୁଳିକାଣ୍ଡ ହୋଇଛି।
ଏପର୍ଯ୍ୟନ୍ତ କପିଲ ଶର୍ମାଙ୍କ ପକ୍ଷରୁ ଏ ସମ୍ପର୍କରେ କୌଣସି ବୟାନ ଆସିନାହିଁ।