fbpx

BIG BREAKING: ୫ ଦିନିଆ ରିମାଣ୍ଡରେ ଯିବ କଶ୍ମୀର ଆତଙ୍କବାଦୀ ସୟଦ୍‌ ଇସାନ ବୁଖାରୀ

ଯାଜପୁର: ମଙ୍ଗଳବାରଠାରୁ ୫ ଦିନିଆ ରିମାଣ୍ଡରେ ଯିବ କୁଖ୍ୟାତ କଶ୍ମୀର ଆତଙ୍କବାଦୀ ସୟଦ୍‌ ଇସାନ ବୁଖାରୀ । ଏ ନେଇ ଏସ୍‌ଟିଏଫ୍‌ ଚଣ୍ଡିଖୋଲ ଜେଏମ୍‌ଏଫ୍‌ସି (କୋର୍ଟ)ରେ ୭ ଦିନିଆ ରିମାଣ୍ଡ ଆବେଦନ କରିଥିଲା । ହେଲେ ଏସ୍‌ଟିଏଫକୁ ମାତ୍ର ୫ ଦିନକୁ ଅନୁମତି ମିଳିଛି। ତେବେ ରଗଡି ସବ୍‌ ଜେଲ୍‌ର ସୁପରିଟେଣ୍ଡେଣ୍ଟଙ୍କ ଆବେଦନ କ୍ରମେ କଡ଼ା ସୁରକ୍ଷା ବଳରେ ବୁଖାରୀ ଜେଲ୍‌ରୁ ସ୍ଥାନାନ୍ତର ହେବ ବୋଲି ଜଣାପଡିଛି।

ସୂଚନା ଥାଉକି, ଗତ ୧୬ ତାରିଖ ଦିନ ଏହି କାଶ୍ମୀରୀ ଆତଙ୍କବାଦୀ ଗିରଫ ହୋଇଥିଲା । ଆଉ ସବୁଠୁ ଆଶ୍ଚର୍ୟ୍ୟଜନକ ଘଟଣା ହେଉଛି ଗିରଫ ହୋଇଥିବା ଆତଙ୍କବାଦୀର ଲିଙ୍କ ପାକିସ୍ତାନ ପର୍ୟ୍ୟନ୍ତ ଲମ୍ବିଛି । ଯାଜପୁରର ନେଉଳପୁର ଅଞ୍ଚଳରୁ ଏହି ଆତଙ୍କବାଦୀଙ୍କୁ କ୍ରାଇମବ୍ରାଞ୍ଚ ଏସଟିଏଫ ଗିରଫ କରିଥିଲା । ଏହି କଶ୍ମୀର ଆତଙ୍କବାଦୀ ସୟଦ୍‌ ଇସାନ ବୁଖାରୀ ପୁଲିସର ମୋଷ୍ଟ ୱାଣ୍ଟେଡ଼ ତାଲିକାରେ ଥିଲା। ବୁଖାରୀ ନିକଟରୁ ଅନେକ ନକଲି ବିଦେଶୀ କାଗଜପତ୍ର ଜବତ କରାଯାଇଛି । କେବେ ନିଜକୁ ଡାକ୍ତର ତ’ କେବେ ନିଜକୁ ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟଳୟର ଅଧିକାରୀ ବୋଲି ବୁଖାରୀ ନିଜର ପରିଚୟ ଦେଉଥିଲା। ତେବେ ଅଭିଯୁକ୍ତଙ୍କର ୬ ରୁ ୭ ଜଣ ସ୍ତ୍ରୀ ରହିଛନ୍ତି । ସେ କାଶ୍ମୀର, ୟୁପି, ମହାରାଷ୍ଟ୍ର ସମେତ ଓଡ଼ିଶାରେ ମଧ୍ୟ ବିବାହ କରିଥିବା ଜଣାପଡ଼ିଥିଲା । ଏସବୁର ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କ୍ରାଇମବ୍ରାଞ୍ଚ ଏସଟିଏଫ ବିଭାଗ ତାଙ୍କର ଯାଜପୁର ସ୍ଥିତ ଘରେ ଚଢ଼ାଉ କରିଥିଲା । ବୁଖାରୀ ଗିରଫ ହେବା ପରେ ପ୍ରାରମ୍ଭିକ ତଦନ୍ତରୁ ଅନେକ କିଛି ତଥ୍ୟ ମିଳିପାରିଥିଲା । ଏହା ସହ ସେ ବର୍ତ୍ତମାନ ରିମାଣ୍ଡରେ ଯିବା ପରେ ଆଉ ବାକି ସମସ୍ତ ତଥ୍ୟ ପଦାକୁ ଆସିବ ବୋଲି କୁହାଯାଉଛି ।

 

 

Get real time updates directly on you device, subscribe now.